ନୂଆଦିଲ୍ଲୀ: ଭାରତୀୟ ସିନେମାର ପ୍ରଖ୍ୟାତ ଗାୟକ ପି.ଜୟଚନ୍ଦ୍ରନଙ୍କ ବିୟୋଗ ହୋଇଛି। ଗୁରୁବାର(ଜାନୁଆରୀ ୯) ତ୍ରୀସୁର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଛନ୍ତି ଜୟଚନ୍ଦ୍ରନ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ୬୦ ବର୍ଷର ତାଙ୍କର ମ୍ୟୁଜିକ୍ କ୍ୟାରିୟରରେ ଜୟଚନ୍ଦ୍ରନ ୧୬ ହଜାରରୁ ଅଧିକ ଗୀତ ଗାଇଛନ୍ତି।
ଭାବ ଗାୟକନ(ଇମୋସନ ଗାୟକ) ନାମରେ ଜଣାଶୁଣା ଜୟଚନ୍ଦ୍ରନଙ୍କ ମୃତ୍ୟୁ ପରେ ଭାରତୀୟ ସଂଗୀତ ଜଗତର ଅପୂରଣୀୟ କ୍ଷତି ହୋଇଛି। ଜୟଚନ୍ଦ୍ରନ ମାଲାୟାଲମ୍, ତାମିଲ୍, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ସିନେମା ପାଇଁ ସୁମଧୁର ଗୀତ ଗାଇ ସାରା ଭାରତର ଶ୍ରୋତାଙ୍କୁ ତାଙ୍କ ଭାବପ୍ରବଣ ଭରା ସ୍ୱରରେ ବାନ୍ଧି ରଖିଥିଲେ। ତାଙ୍କ ବିୟୋଗରେ ଏକ ସମୁଧୁର ସ୍ୱର ସବୁଦିନ ପାଇଁ ନିରବୀ ଯାଇଛି।
ଜୟଚନ୍ଦ୍ରନଙ୍କ ଭାବପ୍ରବଣ ଭରା ସ୍ୱାର ସ୍ରୋତାଙ୍କ ହୃଦୟରେ ଘର କରିଥିଲା। ତାଙ୍କ ଲୋକପ୍ରିୟତା ଓ ସିନେମା ଜଗତରେ ତାଙ୍କର ଯୋଗଦାନ ପାଇଁ ଜୟଚନ୍ଦ୍ରନଙ୍କୁ ବେଷ୍ଟ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ନ୍ୟାସ୍ନାଲ ସିଂଗର ଆୱାର୍ଡ ମିଳିଥିଲା।
ତା’ ସହିତ ପାଞ୍ଚଟି କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଚାରୋଟି ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, କେରଳ ସରକାରଙ୍କ ଜେସି ଡାନିଏଲ୍ ପୁରସ୍କାର, ଏବଂ ତାମିଲନାଡୁ ସରକାରଙ୍କ କଲାଇମାମଣି ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି।
ଜୟଚନ୍ଦ୍ରନଙ୍କ ଚଳଚ୍ଚିତ୍ର ଏବଂ ଭକ୍ତି ସଙ୍ଗୀତରେ ଅବଦାନ କାଳଜୟୀ ହୋଇ ରହିବ।, ଯାହା ଭାରତୀୟ ପ୍ଲେବ୍ୟାକ୍ ଇତିହାସର ସବୁଠାରୁ ଲୋକପ୍ରିୟ କଣ୍ଠସ୍ୱର ଭାବରେ ପରିଚିତ ହେବ। ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଲଳିତା, ଝିଅ ଲକ୍ଷ୍ମୀ ଏବଂ ପୁଅ ଦିନନାଥନ ଅଛନ୍ତି।