ଗାଜର ହାଲଓ୍ବା ଖାଇବାକୁ ପସନ୍ଦ କରନ୍ତି କି ? ସାବଧାନ ! ଆପଣଙ୍କର ନାହିଁ ତ ଏହି ରୋଗ…

Published By : Prameya-News7 Bureau | January 03, 2025 IST

ନୂଆଦିଲ୍ଲୀ ୦୩।୦୧: ଚାଲିଛି ଶୀତ ରୁତୁ । ଘରେ ଘରେ ପନିପରିବାର ଆସର । ବଜାରକୁ ଯିବା ମାତ୍ରେ ବ୍ୟାଗରେ ଭରି ହେଇଯାଉଛି ବିଭିନ୍ନ କିସମର ପରିବା । ଏଥିରୁ ଅନ୍ୟତମ ହେଉଛି ଗାଜର । ଏଥିରୁ ସମସ୍ତେ ବିଭିନ୍ନ ପ୍ରକାରର ଆଇଟମ୍‌ କରି ଖାଇଥାନ୍ତି । ଖାସ୍‌ କରି ଗାଜର ହାଲଓ୍ବା କରିଥାନ୍ତି ଅନେକ । ଏହାପଛର କାରଣ ହେଉଛି ଗାଜରର ମିଠା ସ୍ୱାଦ । 

ଗାଜର ହାଲୱା ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ । କିନ୍ତୁ ଏହା ମଧ୍ୟ ଅନେକଙ୍କ ପାଇଁ ହୋଇପାରେ କ୍ଷତିକାରକ । ଗାଜର ହାଲଓ୍ବା ଅଧିକ ଚିନି ଏବଂ ଘିଅରେ ତିଆରି ହୋଇଥାଏ । କିଛି ଲୋକଙ୍କୁ ଏଥିରୁ ଦୂରେଇ ରହିବା ଉଚିତ୍‌ । ବିଶେଷଜ୍ଞଙ୍କ ଅନୁଯାୟୀ, ଡାଇବେଟିଜ୍‌ ରୋଗୀ ଏହାକୁ ଖାଇବାଠାରୁ ଦୂରେଇ ରହିବା ଉଚିତ୍‌ । ଏହାକୁ ଖାଇବା ଦ୍ବାରା ବ୍ଲଡସୁଗର ବୃଦ୍ଧି ହୋଇପାରେ ।

ଯେଉଁମାନେ ମେଦବହୁଳତା ସହିତ ସଂଘର୍ଷ କରୁଛନ୍ତି କିମ୍ବା ଓଜନ ହ୍ରାସ କରୁଛନ୍ତି, ସେମାନେ ଗାଜର ହାଲୱା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ହାଇ କୋଲେଷ୍ଟ୍ରଲ ଥିବା ଲୋକଙ୍କ ପାଇଁ ଏହା ମଧ୍ୟ କ୍ଷତିକାରକ ହୋଇପାରେ । କାରଣ ଏଥିରେ କ୍ୟାଲୋରୀ ଏବଂ ଫ୍ୟାଟ ଅଧିକ ରହିଥାଏ । ଏହାବ୍ୟତୀତ ଯେଉଁମାନଙ୍କର ପେଟରେ ଗ୍ୟାସ୍, ଏସିଡିଟି ସମସ୍ୟାରେ ପୀଡିତ ସେମାନେ ମଧ୍ୟ ଗାଜର ହାଲୱା ଖାଇବା ଉଚିତ୍ ନୁହେଁ । ତେଣୁ ଏମାନେ ଗାଜର ହାଲଓ୍ବା ଖାଇବାଠାରୁ ଦୂରେଇ ରୁହନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.