ପାଗ ଅନୁକୂଳ ହେଲେ ଜୁଲାଇ ୧୪ରେ ହେବ ଚନ୍ଦ୍ରାୟନ-୩ର ଉତ୍‌କ୍ଷେପଣ

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ: ପାଗ ଅନୁକୂଳ ରହିଲେ ଜୁଲାଇ ୧୪ ତାରିଖରେ ଚନ୍ଦ୍ରୟାନ-୩ ଉତ୍‌କ୍ଷେପଣ ହେବ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ଘୋଷଣା କରିଛି। ଅପରାହ୍ନ ୨.୩୫ ମିନିଟ୍‌ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାର ଉତ୍‌କ୍ଷେପଣ କରାଯିବ। ଲଞ୍ଚପେଡ୍‌କୁ ରକେଟ୍‌ ସ୍ଥାନାନ୍ତର କରିବା ପରେ ଇସ୍ରୋ ଏହି ଘୋଷଣା କରିଛି। ପୂର୍ବରୁ ଜୁଲାଇ ୧୩ରେ ଉତ୍‌କ୍ଷେପଣ ଆରମ୍ଭ ହେବ ବୋଲି କହିଥିଲା ଇସ୍ରୋ। ପ୍ରକ୍ରିୟା ୧୯ ଜୁଲାଇ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା।

Chandrayaan-3

ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଘୋଷଣା କରିଛନ୍ତି ଯେ ଜୁଲାଇ ୧୯ ପର୍ଯ୍ୟନ୍ତ ଲଞ୍ଚ ୱିଣ୍ଡୋ ଖୋଲା ରହିବ। ଏବଂ ଯଦି ନିର୍ଦ୍ଧାରିତ ତାରିଖରେ ଲଞ୍ଚ ନ ହୁଏ ତେବେ ଏହାକୁ ବ୍ୟାକ୍‌ ଅପ୍‌ ଡେଟ୍‌ ୧୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଯାଇପାରେ। ମିଶନ ଚନ୍ଦ୍ରାୟନ-୩ ଏଥର ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୋମନାଥ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି।

Chandrayaan-3

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.