ବର୍ଷା ପାଣିରେ ବୁଡିଲା ରଜନୀକାନ୍ତଙ୍କ ଆଲିଶାନ ବଙ୍ଗଳା, ସାମ୍ନାକୁ ଆସିଲା ଭିଡିଓ

Published By : Prameya-News7 Bureau | October 16, 2024 IST

ମୁମ୍ଵାଇ ୧୬।୧୦: ଚେନ୍ନାଇରେ ଲଗାତାର ବର୍ଷା ହେତୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି। ଅନେକ ରାସ୍ତା ଓ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ପ୍ରବଳ ବର୍ଷା ହେତୁ କେବଳ ସାଧାରଣ ଜୀବନ ପ୍ରଭାବିତ ହୋଇନାହିଁ ବରଂ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଏହି ବର୍ଷା ହେତୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  ରଜନୀକାନ୍ତଙ୍କ ବିଳାସପୂର୍ଣ୍ଣ ଘରେ ପାଣି ପଶିଯାଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି।

ବର୍ତ୍ତମାନ ପ୍ରଭାବିତ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ଜରୁରୀକାଳୀନ ପଦକ୍ଷେପ ନିଆଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋସ୍ ଗାର୍ଡେନରେ ଥିବା ରଜନୀକାନ୍ତଙ୍କ ଘର ବର୍ଷା ପାଣିରେ ବୁଡ଼ି ରହିଛି। ଯେଉଁଥିରେ ତାଙ୍କ ଘର ପରିସର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି।

IMD ର ଚେତାବନୀ

ଚେନ୍ନାଇ ଏବଂ ଏହାର ଆଖପାଖ ଜିଲ୍ଲା ଉପରେ ପ୍ରଭାବ ପକାଇବା ନେଇ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଦେଇଛି। ଖରାପ ପାଗ ଯୋଗୁଁ ଅନେକ ଟ୍ରେନ୍, ବିମାନ ଏବଂ ବସ୍ ସେବାକୁ ବାତିଲ କରାଯାଇଛି କିମ୍ବା ରୁଟ୍‌ ବଦଳାଇ ଦିଆଯାଇଛି | ତାମିଲନାଡୁ ସରକାର ଏହାକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି । ଏନେଇ ବିପର୍ଯ୍ୟୟ ପରିଚାଳନା ଦଳ ସଜାଗ ଅଛନ୍ତି। ତାମିଲନାଡୁ ସରକାର କାର୍ଯ୍ୟରେ ଅଛନ୍ତି ଅତ୍ୟାବଶ୍ୟକ ସେବା ଉପରେ ପ୍ରତିବନ୍ଧକ ଲଗାଇ ରାଜ୍ୟ ସରକାର ବିଦ୍ୟାଳୟ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟରେ ଛୁଟି ଘୋଷଣା କରିଛନ୍ତି। ଚେନ୍ନାଇ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ସମୁଦାୟ ୨୧୯ ବିପର୍ଯ୍ୟୟ ଦଳ ଏବଂ ଡଙ୍ଗା ନିୟୋଜିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.