ମୁମ୍ଵାଇ ୨୮।୦୧; ବର୍ତ୍ତମାନ ମହାକୁମ୍ଭ ପ୍ରୟାଗରାଜରେ ଚାଲିଛି । ତେବେ ମହାକୁମ୍ଭକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ସେତିକି ଚର୍ଚ୍ଚାରେ ରହିଛନ୍ତି ଭାଇରାଲ ଗର୍ଲ ମୋନାଲିସା । ସେ ସେଠାରେ ମାଳା ବିକୁଥିଲେ । ଏହାରି ଭିତରେ ତାଙ୍କର ଶ୍ୟାମଳ ରଙ୍ଗ, ସୁନ୍ଦର ଆଖି… ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା । ମୋନାଲିସାଙ୍କ ନ୍ୟାଚୁରାଲ ବିୟୁଟିକୁ ନେଇ ଏବେ ଅନେକେ ଚର୍ଚ୍ଚା ହେଉଛି। ଏବେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ମୋନାଲିସା ୧୦ ଦିନରେ ବହୁ ଟଙ୍କା ଆୟ କଲେଣି।
ଏମିତିକି ଯାହା ଆଶା ଠାରୁ ଅଧିକ ଟଙ୍କା ସେ କୁଆଡେ ରୋଜଗାର କେଲଣି। ହେଲେ ଏହା କେତେ ସତ ତାହା କାହାରିକୁ ଜଣା ନାହିଁ। ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦାବି କରାଯାଉଛି ଯେ ମୋନାଲିସା ମହାକୁମ୍ଭରେ ୧୦ଦିନରେ ୧୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଯାହା ପରେ ମୋନାଲିସା ନିଜେ ଏ ସମ୍ପର୍କରେ ଏକ ବୟାନ ଦେଇଛନ୍ତି।
ଏହି ସବୁକୁ ନେଇ ସେ କହିଛନ୍ତି, ‘ଯଦି ମୁଁ ଏତେ ଟଙ୍କା ରୋଜଗାର କରିଥିଲି, ତେବେ ମୁଁ ଏଠାରେ କାହିଁକି ରହିବି ଏବଂ କାହିଁକି ମାଳା ବିକିବି?’ ମୋନାଲିସା ଏହିସବୁ କଥାକୁ ମିଥ୍ୟା ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମୋନାଲିସା ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା। ସେ ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ମହାକୁମ୍ଭରେ ରୁଦ୍ରାକ୍ଷ ଏବଂ ମୁକ୍ତା ହାର ବିକ୍ରି କରୁଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋନାଲିସାଙ୍କ ସମସ୍ୟା ବଢ଼ିଯାଇଛି। ଆୟ କରିବା ଅପେକ୍ଷା ସେ ଏବେ ଚର୍ଚ୍ଚାକୁ ଆସି ଅଡୁଆରେ ପଡିଯାଇଥିବା ବି କୁହାଯାଉଛି।