ସୁନୀତା ୱିଲିୟମ୍ସ ଓ ସହଯୋଗୀଙ୍କୁ ଫେରାଇ ଆଣିବାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ, ଯଥାଶୀଘ୍ର କାମ ସାର

Published By : Prameya-News7 Bureau | January 30, 2025 IST

ୱାଶିଂଟନ, ୩୦/୦୧୧: ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍‌ ୱିଲମୋରଙ୍କୁ  ଫେରାଇ ଆଣିବା ପାଇଁ ସ୍ପେସ୍‌ଏକ୍ସର ସିଇଓ ଏଲନ୍‌ ମସ୍କଙ୍କୁ ଦାୟିତ୍ୱ ଦେଇଛନ୍ତି । ଉଭୟ ମହାକାଶ ବୈଜ୍ଞାନିକ ଗତବର୍ଷ ଜୁନ୍‌ରୁ ମହାକାଶରେ ଫସିରହିଛନ୍ତି । 

ଟ୍ରମ୍ପ୍‌ ଏ ବାବଦରେ ସୋସିଆଲ ମିଡିଆରେ  ଲେଖିଛନ୍ତି, ଆମ ସାହସୀ ମହାକାଶ ଯାତ୍ରୀଙ୍କୁ ଫେରାଇ ଆଣିବା ଲାଗି ମୁଁ ମସ୍କଙ୍କୁ କହିଛି । ସେମାନଙ୍କୁ ବାଇଡେନ୍‌ ପ୍ରଶାସନ ମହାକାଶରେ ଛାଡ଼ି ଦେଇଥିଲା । ସେମାନେ ମହାକାଶ ଷ୍ଟେସନରେ ଅନେକ ମାସ ହେଲା ଉଦ୍ଧାର ଅପେକ୍ଷାରେ ରହିଛନ୍ତି । ସମସ୍ତେ ସେଠାରେ ସୁରକ୍ଷିତ ଥିବା ଆଶା କରୁଛି । ସେହିଭଳି ମସ୍କ କହିଛନ୍ତି, ଆମେ ମହାକାଶ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବୁ । ସେମାନେ ଏତେଦିନ ଧରି ସେଠାରେ ରହିବା ଏକ ଭୟାନକ ଘଟଣା । 

ଉଲ୍ଲେଖଯୋଗ୍ୟ, ୮  ମାସ ହେଲା ସୁନୀତା ମହାକାଶରେ ଅଛନ୍ତି । ଗତବର୍ଷ ଜୁନ୍‌ ୫ରେ ସେ ଯାତ୍ରା  କରିଥିଲେ । ସପ୍ତାହକ ପରେ ସେ ଫେରିବାର ଥିଲା । ଉଭୟ ଯାତ୍ରୀ ବୋଇଙ୍ଗ୍‌ର  ନୂଆ ଷ୍ଟାରଲାଇନର କ୍ୟାପ୍‌ସୁଲର ପରୀକ୍ଷା ଲାଗି ଯାଇଥିଲେ । କିନ୍ତୁ କ୍ୟାପ୍‌ସୁଲରେ  ବୈଷୟିକ ତ୍ରୁଟି ଦେଖାଦେବା ପରେ ଉଭୟ ଆଇଏସ୍‌ଏସ୍‌ରେ ଅଟକି ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.