'ମହାତ୍ମା ଗାନ୍ଧୀ’ଙ୍କୁ ପାକିସ୍ତାନର ଜାତିର ପିତା କହି ଫସିଲେ ଅଭିଜିତ ଭଟ୍ଟାଚାର୍ଯ୍ୟ, ମାମଲା ରୁଜୁ ନେଇ ଉଠିଲା ଦାବି

Published By : Prameya-News7 Bureau | January 30, 2025 IST

ମୁମ୍ଵାଇ ୩୦।୦୧; ପ୍ରସିଦ୍ଧ ବଲିଉଡ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ। ପ୍ରାୟତଃ ନିଜ ବୟାନ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି। ଏବେ ପୁଣି ଥରେ ତାଙ୍କ ବୟାନ ହଇଚଇ ସୃଷ୍ଟି କରିଛି। ଯାହା ଫଳରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ଦାବି ହୋଇଛି। ପୁଣେର କର୍ମୀ ମନୀଷ ଦେଶପାଣ୍ଡେ ମହାତ୍ମା ଗାନ୍ଧୀଙ୍କୁ 'ପାକିସ୍ତାନର ପିତା' ବୋଲି କହିବାରୁ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ଏଫଆଇଆର ଦାୟର କରିବାକୁ ଦାବି କରିଛନ୍ତି। ସେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିବା ପାଇଁ ଏକ ଆବେଦନ ମଧ୍ୟ ଦାଖଲ କରିଛନ୍ତି।

ଏଫଆଇଆର ପଞ୍ଜିକରଣ କରିବାକୁ ଦାବି

ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ କହିଥିଲେ, 'ମହାତ୍ମା ଗାନ୍ଧୀ ଭାରତର ଜାତିର ପିତା ନଥିଲେ, ବରଂ ସେ ପାକିସ୍ତାନର ଜାତିର ପିତା ଥିଲେ।' ତାଙ୍କ ବକ୍ତବ୍ୟକୁ ବହୁତ ସମାଲୋଚନା କରାଯାଉଛି। ରିପୋର୍ଟ ଅନୁଯାୟୀ, ମନୀଷ ଦେଶପାଣ୍ଡେଙ୍କ ଓକିଲ ପ୍ରକାଶ କରିଛନ୍ତି ଯେ ପୁଣେର ଏହି କର୍ମୀ ଆଜି ପୋଲିସ ସହିତ ଯୋଗାଯୋଗ କରି ଗାୟକଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରିଛନ୍ତି।

ଆବେଦନରେ କ’ଣ କୁହାଯାଇଥିଲା?

ମନୀଷ ଦେଶପାଣ୍ଡେଙ୍କ ଓକିଲ କହିଛନ୍ତି ଯେ ଥାନାରେ ଉପସ୍ଥିତ ପୋଲିସକର୍ମୀ ଏପର୍ଯ୍ୟନ୍ତ ଏହି ମାମଲାରେ ଅଭିଯୋଗ ଦାଖଲ କରିନାହାଁନ୍ତି। ଦେଶପାଣ୍ଡେଙ୍କ ଆବେଦନ ଅନୁଯାୟୀ, ସେ ମୂର୍ଖତାପୂର୍ଣ୍ଣ ବୟାନ ଦେଇଛନ୍ତି। ଆବେଦନରେ ଆହୁରି କୁହାଯାଇଛି ଯେ ଗାୟକଙ୍କ ବିରୋଧରେ 'ମହାତ୍ମା ଗାନ୍ଧୀଙ୍କୁ ବଦନାମ ଏବଂ ଅପମାନ କରିବା ଏବଂ ସମାଜରେ ଫାଟ ସୃଷ୍ଟି କରିବା' ପାଇଁ ମାମଲା ରୁଜୁ କରାଯିବା ଉଚିତ। ପୋଲିସ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ନ କରେ, ତେବେ ସେ କୋର୍ଟର ଦ୍ୱାରସ୍ଥ ହେବେ। ଅନ୍ୟପକ୍ଷରେ, ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ଏପର୍ଯ୍ୟନ୍ତ ଏଫଆଇଆର ଦାବି ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.