Chhattisgarh Exit Poll: ଛତିଶଗଡ଼ରେ ବିଜେପିକୁ ଲାଭ, କଂଗ୍ରେସକୁ ଝଟକା, ଜାଣନ୍ତୁ କାହାର ହେବ ସରକାର

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଶେଷ ହୋଇଛି । ଶେଷ ରାଜ୍ୟ ରୂପେ ତେଲଙ୍ଗାନାରେ ଆଜି ମତଦାନ ହୋଇଛି । ପାଞ୍ଚ ରାଜ୍ୟର ନିର୍ବାଚନ ପରିମାଣ ଡିସେମ୍ୱର ୩ରେ ଘୋଷଣା ହେବ । ତେବେ ଏହା ପୂର୍ବରୁ ଗୁରୁବାର ବିଭିନ୍ନ ରାଜ୍ୟର ଏକଜିଟ୍ ପୋଲ୍ ସାମନାକୁ ଆସିଛି । ବୁଥବାହୁଡ଼ା ମତରେ ନିର୍ବାଚନ ସରିଥିବା ରାଜ୍ୟରେ କେଉଁ ଦଳକୁ କେତେ  ଆସନ ମିଳିବ ତାର ଏକ ସମ୍ଭାବିତ ତଥ୍ୟ ଦିଆଯାଇଥାଏ । ଚଳିତ ନିର୍ବାଚନରେ ଛତିଶଗଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଉଭୟ ପାର୍ଟି ସରକାର ଗଢିବା ପାଇଁ ଦାବି କରୁଛନ୍ତି ।

ଇଣ୍ଡିଆ ଟୁଡେ-ମାଇ ଆକ୍ସିସ୍ ଅନୁସାରେ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । କଂଗ୍ରେସକୁ ୪୦-୫୦, ବିଜେପିକୁ ୩୬-୪୬ ଓ ଅନ୍ୟଙ୍କୁ ୧-୫ ଆସନ ମିଳିପାରେ ।

ପଢନ୍ତୁ: Telangana Exit Poll: ତେଲେଙ୍ଗାନାରେ କଂଗ୍ରେସ ଆଗୁଆ, ଏକଜିଟ୍‌ ପୋଲ୍‌ରେ କଡ଼ା ଟକ୍କର

ସେହିପରି ଏବିପି ନ୍ୟୁଜ୍-ସି ଭୋଟର ଏକଜିଟ୍ ପୋଲରେ ବିଜେପିକୁ ୩୬-୪୮, କଂଗ୍ରେସକୁ ୪୧-୫୩ ଓ ଅନ୍ୟକୁ ୦-୪ ଆସନ ମିଳିବ । ଇଣ୍ଡିଆ ଟିଭି-ସିଏନଏକ୍ସ ଏକଜିଟ୍ ପୋଲରେ ବିଜେପିକୁ ୩୦-୪୦, କଂଗ୍ରେସକୁ ୪୬-୫୬ ଆସନ ମିଳୁଛି  । ସେହିପରି ଜନ୍ କି ବାତ୍ ଏକଜିଟ୍ ପୋଲରେ ବିଜେପିକୁ ୩୪-୪୫, କଂଗ୍ରେସକୁ ୪୨-୫୩ ଆସନ ମିଳୁଥିବା ଦାବି କରାଯାଉଛି । । Matrizeର ଏକଜିଟ୍ ପୋଲରେ ବିଜେପିକୁ ୩୪-୪୮, କଂଗ୍ରେସକୁ ୪୪-୫୨ ଓ ଅନ୍ୟଙ୍କୁ ୦-୪ ଆସନ ମିଳିପାରେ । ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ସରକାର ଗଢିବା ପାଇଁ ମ୍ୟାଜିକ୍ ସଂଖ୍ୟା ହେଉଛି ୪୬ । ୨୦୧୮ରେ ୬୮ ଆସନ ଜିତି କଂଗ୍ରେସ ସରକାର ଗଢିଥିଲା ।

Also Read: ଆସିଲା ବୁଥ୍‌ ବାହୁଡ଼ା ମତ: ମଧ୍ୟପ୍ରଦେଶରେ କିଏ ଛୁଇଁବ ମ୍ୟାଜିକ ନମ୍ବର- କମଳ ନା କମଲନାଥ ?

ନଭେମ୍ୱର ୭ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ ଆସନରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୦ ବିଧାନସଭା ଆସନରେ ମୋଟ ୨୨୩ ଜଣ ପ୍ରାର୍ଥୀ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୭୦ ଆସନରେ ୭୧ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ଛଶିତଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୨୭ ଜଣ ପୁରୁଷ, ୧୩୦ ଜଣ ମହିଳା ଓ ଅନ୍ୟ ଜଣଙ୍କ ସହ ମୋଟ ୯୫୮ ଜଣଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.