ନୂଆଦିଲ୍ଲୀ: ଗୃହଯୁଦ୍ଧରୁ କ୍ଷମତା ଚ୍ୟୁତ । ସତ୍ତାକୁ ସାଇଟ୍ କରି ଶାସନ । ବିଦ୍ରୋହୀଙ୍କ ଭୟରେ ସରକାରଙ୍କ ଆତ୍ମସମର୍ପଣ । ଭାଙ୍ଗିଛି ଅନେକ ତାନାଶାହଙ୍କ ଟାଣ। ସିରିଆର ବଶର ଅଲ୍ ହୁଅନ୍ତୁ କିମ୍ବା ଇରାକ୍ର ସଦ୍ଦାମ ହୁସେନ, ଲିବିୟାର ମୁଅମ୍ମର ଅଲ୍ ଗାଦ୍ଦଫି କିମ୍ବା ୟୁକ୍ରେନର ଭ୍ଲାଦିମିର ଲେଲିନ ହୁଅନ୍ତୁ । ଗୃହଯୁଦ୍ଧ ସାମ୍ନାରେ ଆଣ୍ଠେଇଛନ୍ତି ବଡ଼ ବଡ଼ ମହାରଥି । ହାତ ଶାସନ କ୍ଷମତା ଖସିବା ପରେ ପଳାତକ ସାଜିଛନ୍ତି । ବିଦ୍ରୋହୀଙ୍କ ଆକ୍ରୋଶରେ ଦେଶରୁ ଭାଙ୍ଗିଛି ବିଶିଷ୍ଠ ନେତାଙ୍କ ପ୍ରତିଷ୍ଠିତ ପ୍ରତିମୂର୍ତ୍ତୀ ।
ମଧ୍ୟପ୍ରାଚ୍ୟ ଦେଶ ସିରିଆରେ ଲାଗିଛି ଗୃହଯୁଦ୍ଧ । ବିଦ୍ରୋହୀ ଗୋଷ୍ଠୀଙ୍କ କବଜାରେ ରାଜଧାନୀ ଡାମାସ୍କସ୍ । ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି ରାଷ୍ଟ୍ରପତି । ସରିଆରେ ୫୩ ବର୍ଷ ଧରି ଶାସନ ଗାଦିକୁ ମାଡ଼ି ବସିଥିବା ବଶର ଅଲ୍ ସରକାରର ଅନ୍ତ ଘଟିଛି । ରାଷ୍ଟ୍ରପତି ବଶର ଅଲ୍-ଅସଦ ଦେଶ ଛାଡ଼ି ଋଷ୍ରେ ଶରଣ ନେଇଛନ୍ତି । ଏପଟେ ରାଜଧାନୀ ଡାମାସ୍କସ୍ରେ ଥିବା ବଶରଙ୍କ ପିତାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ । ଲୋକଙ୍କ ଏଭଳି ଆକ୍ରୋଶ କେବଳ ସରିଆରେ ନୁହେଁ ପୂର୍ବରୁ ଅନେକ ଦେଶରେ ଗୃହଯୁଦ୍ଧ ବେଳେ ଦେଖିବାକୁ ମିଳିଛି ।
ଇରାକ୍ର ତାନାଶାହ ଶାସକ ସଦ୍ଦାମ ହୁସେନ ଦେଶ ଛାଡ଼ିବା ପରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଥିଲା । ୨୦୦୩ ଅପ୍ରେଲ ୯ ତାରିଖରେ ବାଗଦାଦର ଫିରଦୋସ୍ ସ୍କାୟାରରେ ସଦାମ ହୁସେନଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ଇରାକ ନାଗରିକ ଏବଂ ଆମେରିକୀୟ ସେନା ଭାଙ୍ଗି ଦେଇଥିଲେ । ସେବେଠୁ ସଦାମ୍ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଲିବିୟାରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା । ୨୦୧୧ ଗୃହଯୁଦ୍ଧ ବେଳେ ଲିବିୟା ନାଗରିକମାନେ ତ୍ରିପୋଲିରେ ଥିବା କର୍ଣ୍ଣଲ ଗାଦ୍ଦଫୀର ବାବ ଅଲ-ଅଜିଜିୟା ପରିସରକୁ କବଜା କରିନେଇଥିଲେ । ପରେ ମୁଅମ୍ମର ଅଲ୍-ଗାଫୀଙ୍କ ଷ୍ଟାଚ୍ୟୁକୁ ଭାଙ୍ଗି ଦେଇଥିଲେ । ୨୫ ଏକର ଜମିରେ ତିଆରି ହୋଇଥିବା ମହଲ ଏବେ ଗୃହ ପାଳିତ ପଶୁଙ୍କ ଏମ୍ପୋରିୟମ ହୋଇଛି ।
ସେହିପରି ୯୦ ଦଶକରେ ସୋଭିଏତ୍ ୟୁନିୟନ ପତନ ପରେ ଭ୍ଲାଦିମିର ଲେନିନଙ୍କ ସ୍ମାରକକୁ ବିଦ୍ରୋହୀ ଗୋଷ୍ଠୀ ମାଟିରେ ମିଶାଇ ଦେଇଥିଲେ । ଏହା ସହ ୟୁକ୍ରେନର ପଶ୍ଚିମ ସହରକୁ କବଜା କରିନେଇଥିଲେ । ୨୦୨୨ରେ ଶ୍ରୀଲଙ୍କାରେ ହୋଇଥିବା ଜନ ବିରୋଧୀ ଆନ୍ଦୋଳନରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ନାଗରିକ ମହିନ୍ଦା ରାଜପକ୍ଷ ଏବଂ ଗୋଟାବାୟା ରାଜପକ୍ଷଙ୍କ ପିତା ଡିଏ ରାଜପକ୍ଷଙ୍କ ଷ୍ଟାଚ୍ୟୁକୁ ଭଙ୍ଗାରୁଜା କରିଥିଲେ । ରାଜପକ୍ଷଙ୍କ ପରିବାର ଶ୍ରୀଲଙ୍କାର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଥିଲା । ଖାଲି ଏତିକି ନୁହେଁ ବାଂଲାଦେଶରେ ଶେଖ୍ ହସିନା ସରକାର ବେଳେ ଏଭଳି କିଛି ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀ ହସିନାଙ୍କୁ ଶାସନକୁ ଗାଦିଚ୍ୟୁତ କରି ତାଙ୍କ ବାପା ଶେଖ୍ ମଜିବୁର ରେହମାନଙ୍କ ପ୍ରତିମାକୁ ଭାଙ୍ଗି ଦେଇଥିଲେ । ସରିଆ ପୂର୍ବରୁ ଅନେକ ଦେଶରେ ଗୃହଯୁଦ୍ଧ ବେଳେ ତାନାଶାହ ଶସାକଙ୍କ ଟାଣ ଭାଙ୍ଗିଥିବା ନଜିରରେ ରହିଛି ....