ରାଜସ୍ଥାନ ୨୨/୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କୁ ହତ୍ୟା ଧମକ । ଜେଲ୍ ଭିତରୁ ଜୀବନରୁ ମାରିଦେବାକୁ ଧମକ ଦେଇଛି ଦୁଷ୍କର୍ମୀ ଅପରାଧୀ । ଶୁକ୍ରବାର ରାତିରେ ଦୋସାର ସାଲାବାସ ଜେଲ୍ରୁ ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ କଲ୍ ଆସିଛି । ଆଜୀବନ ସଜା କାଟୁଥିବା ଅପରାଧୀ ରିଙ୍କୁ ଜୟପୁର ପୋଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ କହିଛି । ପୋଲିସ ରିଙ୍କୁର ମୋବାଇଲକୁ ଟ୍ରାକ କରି ସାଲାବାସ ଜେଲ୍ରେ ପହଞ୍ଚିଛି । ସେଠାରେ ପଶି ଛାନ୍ଭିନ୍ ଚଳାଇଛି ପୋଲିସ ।
ରିଙ୍କୁ କଲ୍ କରିଥିବା ମୋବାଇଲକୁ ଜବତ କରିଛି ପୋଲିସ । ଜଣେ ଅଧିକାରୀ କହିଛନ୍ତି ଜେଲ୍ ଭିତରେ ସର୍ଚ୍ଚ ଅପରେସନ କରାଯାଇଛି । ପୋକ୍ସୋ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଅପରାଧୀ ରିଙ୍କୁ ଏବେ ଜେଲ୍ରେ ଅଛି । ୨୦୨୨ରେ ସେ ଡାସା ସେଣ୍ଟ୍ରାଲ ଜେଲ୍କୁ ଆସିଥିଲା । ଜେଲ୍ ଭିତରୁ କେମିତି ସେ ଫୋନ୍ରେ ଧମକ ଦେଲା ? ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କୁ ସେଣ୍ଟ୍ରାଲ ଜେଲ୍ରୁ ହତ୍ୟା ଧମକ ଆସିଥିଲା ।