ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କହିଲେ- ତିଆରି ହେବ ଧନୁଯାତ୍ରାର ସ୍ଥାୟୀ ରାଜମହଲ

Published By : Prameya-News7 Bureau | January 12, 2025 IST

ବରଗଡ଼: ବରଗଡ଼ରେ ନିର୍ମାଣ ହେବ ଭବ୍ୟ କଂସ ରାଜମହଲ। ସ୍ଥାୟୀ ରାଜମହଲ ପାଇଁ ଖର୍ଚ୍ଚ ହେବ ୧୨କୋଟି ୮୦ ଲକ୍ଷ ଟଙ୍କା। ରବିବାର ବରଗଡ଼ ଗସ୍ତରେ ଯାଇ ଧନୁଯାତ୍ରା ଦେଖିବା ସହ ମଥୁରା ନଗରୀରେ ମୁଖ୍ୟମନ୍ତ୍ରୀ କରିଛନ୍ତି ଏହି ଘୋଷଣା। ଏହା ସହ ଡିପିଆର ପ୍ରସ୍ତୁତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବରଗଡ଼ ମୁଖ୍ୟ କେନାଲରେ ନିର୍ମାଣ ହେବ ବ୍ରିଜ୍‌। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୦ କୋଟି ଟଙ୍କା। ସେହିଭଳି ବରଗଡ଼ ଜିରା ନଦୀରେ ଆନିକଟ ନିର୍ମାଣ ୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ। 


ମୋହନ ମାଝୀ ଆହୁରି କହିଛନ୍ତି, ଧନୁଯାତ୍ରା ଲୋକ ନାଟକ ପରମ୍ପରାର ସାର୍ଥକ ରୂପାୟନ। ଧନୁଯାତ୍ରା କେବଳ ପଶ୍ଚିମ ଓଡ଼ିଶା ପାଇଁ ନୁହେଁ। ଏହା ସମଗ୍ର ଓଡ଼ିଶାର ସ୍ବାଭିମାନର ପରିଚୟ।  ଧନୁଯାତ୍ରାକୁ ଆହୁରି ଆକର୍ଷଣ କରାଯିବ। ଆମ ସରକାର ଧନୁଯାତ୍ରାକୁ ୧ କୋଟି ଟଙ୍କା ଦେଇଛନ୍ତି। ପୂର୍ବ ସରକାର ୧୦ ଲକ୍ଷ ଟଙ୍କା ଦେଉଥିଲେ। ଧନୁଯାତ୍ରାର ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି। ୧୭୦ କଳାକାରଙ୍କୁ ୧୦ ହଜାର ଲେଖାଏଁ ମିଳିବ। ଧନୁଯାତ୍ରାକୁ ୟୁନେସ୍କୋର ମାନ୍ୟତା ପାଇଁ ଉଦ୍ୟମ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.