ଟାଙ୍ଗୀ ୨୫/୧୧: ଅଳିଆ ଗଦାରେ ଅଭିଯୋଗ ପତ୍ର । ଜଣେ ଅସହାୟ ଲୋକର ଅନୁରୋଧକୁ କିପରି ଖତଗଦାରେ ଫିଙ୍ଗି ଦିଆଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ।
ସିଡିଘର ତଳେ ପଡିରହିଛି ଲୋକଙ୍କର ଗଦା ଗଦା ଆବେଦନ ପତ୍ର ସହିତ ଦରକାରୀ କାଗଜପତ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବେଦନ ପତ୍ର ଓ କାର୍ଯ୍ୟାଦେଶ ପତ୍ର ପଡି ରହିଛି । ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଭଳି ମୌଳିକ ଆବଶ୍ୟକତା ପୂରଣ କରୁଥିବା ଯୋଜନାର ଆବେଦନ ପତ୍ର ଗୁଡ଼ିକ ବ୍ଳକ୍ କାର୍ଯ୍ୟାଳୟ ଭିତରେ ସୁରକ୍ଷା ଭିତରେ ରହିବା କଥା, କିନ୍ତୁ ଏଠାକାର ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ ।
ବ୍ଳକ୍ ବାହାରେ ସମୂର୍ଣ୍ଣ ଅନାଥ ଭାବରେ ପଡ଼ି ରହିଛି। ତେବେ ଏସବୁ କରିବା ପଛରେ କାହାର ହାତ ଅଛି, କିଏ କାହିଁକି ଏପରି କରିଛି ତାହା ଏବେ ବଡ ପ୍ରଶ୍ନ । ସେପଟେ ଘଟଣା ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।