ନୂଆଦିଲ୍ଲୀ ୨୪।୧୧: ୱାୟନାଡ଼ ଉପନିର୍ବାଚନରେ ପ୍ରିୟଙ୍କାଙ୍କ ବିଜୟ ରାଜନୀତିକୁ ଏକ ଐତିହାସିକ ମୋଡ ଦେଇଛି। ଏହି ବିଜୟ ପରେ ଗାନ୍ଧି ପରିବାରର ୩ ସଦସ୍ୟଙ୍କୁ ସଂସଦରେ ଦେଖାଯିବ। ଏହା ପ୍ରଥମ ଥର ହେବେ ଯେତେବେଳେ ସଂସଦରେ ରାହୁଲ, ପ୍ରିୟାଙ୍କା ଓ ସୋନିଆ ଗାନ୍ଧିଙ୍କ ଉପସ୍ଥିତିକୁ ସଂସଦରେ ଦେଖାଯିବ। ଦେଶର ସ୍ୱାଧୀନତା ପରଠାରୁ ଗାନ୍ଧି ପରିବାରର ୩ ଜଣ ସଦସ୍ୟଙ୍କୁ କେବେ ଏକାଠି ସଂସଦରେ ଦେଖାଯାଇ ନାହିଁ। ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ସମୟରେ ମଧ୍ୟ ଏପରି ଅବସର ଆସିନଥିଲା।
ଇନ୍ଦିରା ଓ ରାଜୀବ ଅଲଗା ଅଲଗା ସମୟରେ ପ୍ରଧାନମନ୍ତ୍ରୀ ଥିଲେ। ତେବେ ଏହି ପରିବର୍ତ୍ତନ ଦେଶର ରାଜନୀତିରେ ଗାନ୍ଧି ପରିବାରକୁ ଏକ ଭିନ୍ନ ଗୁରୁତ୍ୱ ଦେଉଛି। ୱାୟନାଡ଼ ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧିଙ୍କ ବିଜୟ ଏହା ସମ୍ଭବ କରି ଦେଖାଇଛି। ଏହା ପୂର୍ବରୁ ସୋନିଆ ଗାନ୍ଧି ରାଜ୍ୟସଭାରେ ସାଂସଦ ଥିବା ବେଳେ ରାହୁଲ ଗାନ୍ଧି ଲୋକସଭାରେ ବିରୋଧୀଦଳ ନେତା ଓ ଏବେ ପ୍ରିୟଙ୍କା ନବ ନିର୍ବାଚିତ କଂଗ୍ରେସ ସାଂସଦ। ୱାୟନାଡ଼ ଉପନିର୍ବାଚନରେ ବିଜୟ ପରେ ପ୍ରିୟଙ୍କା ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ‘ୱାୟ.ନାଡର ପ୍ରତ୍ୟେକ ଭୋଟରଙ୍କୁ ପ୍ରିୟଙ୍କା ଭାଇ ଓ ଭଉଣୀ କହି ସମ୍ବୋଧିତ କରିଥିବା ବେଳେ ମୋର ଏହି ବିଜୟ ଆପଣମାନଙ୍କର ବିଜୟ ବୋଲି ଉଲ୍ଲେଖ କରିଛନ୍ତି। ମୁଁ ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ମୋ କାମ ଏପରି ହେବ ଆପଣଙ୍କ ମଧ୍ୟରେ ମୋ ଭାବନାକୁ ଜାଗ୍ରତ କରିପାରିବି’।
ପ୍ରିୟଙ୍କା ଲେଖିଛନ୍ତି ମୁଁ ସଂସଦରେ ୱାୟନାଡ଼ର ଶ୍ୱର ହେବାକୁ ପ୍ରସ୍ତୁତ। ମୋତେ ଏହି ଅବସର ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ। ସେହିପରି ସେ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ୟୁଡିଏଫ) କାର୍ଯ୍ୟାଳୟର ସହଯୋଗୀ, ନେତା, କାର୍ଯ୍ୟକର୍ତ୍ତା ଓ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ଏହି ପୁରା ଯାତ୍ରାରେ ମୋ ସହିତ ଥିଲେ। ଏହି ପୁରା ଟ୍ୱିଟ୍ ପ୍ରିୟଙ୍କା ମାଲାୟଲମ ଲିପିରେ ଉଲ୍ଲେଖ କରିଛନ୍ତି।
ସଂସଦରେ ଗାନ୍ଧି ପରିବାରର ଉପସ୍ଥିତି ନା କେବଳ ପରିବାରର ରାଜନୈତିକ ଶକ୍ତିକୁ ପ୍ରଦର୍ଶିତ କରିବ ବରଂ କଂଗ୍ରେସ ପାର୍ଟି ପାଇଁ ଏକ ନୂଆ ଆଶାର ସଞ୍ଚାର କରିବ। ପ୍ରିୟଙ୍କା ଗାନ୍ଧିଙ୍କ ବିଜୟ ପରେ ଏବେ ଗାନ୍ଧି ପରିବାରର ପ୍ରଭାବ ଭାରତୀୟ ରାଜନୀତିରେ ଆହୁରି ଗଭୀର ହେବ। ଏହି ପରିବର୍ତ୍ତନକୁ ନେଇ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଗାନ୍ଧି ପରିବାର ସାମୂହିକ ସଂସଦରେ ବସିଲେ ରାଜନୀତିରେ ନୂଆ ସମୀକରଣ ହୋଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି।