ଏକଛତ୍ରବାଦ ଶାସନ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ ଦେଲା କଂଗ୍ରେସ

Published By : Prameya-News7 Bureau | March 26, 2025 IST

ଭୁବନେଶ୍ବର ୨୬: ବିଧାନସଭା ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ ବିଧାନସଭାରେ ଯାହା ଘଟିଲା ତାହା ଅସମ୍ବିଧାନିକ । ପୋଲିସ ବେଆଇନ ଭାବେ ବାଧା ଦେଇଥିଲା । ଆଇନ ଅନୁଯାୟୀ ଗୃହ ମଧ୍ୟଭାଗକୁ ପୂର୍ବତନ ବିଧାୟକ ମାନେ ନ ଯାଇପାରନ୍ତି କିନ୍ତୁ ବିଧାନସଭା ଭିତରକୁ ଯାଇପାରିବେ । ବିଧି ବ୍ୟବସ୍ଥା ଅନୁଯାୟୀ ବାଚସ୍ପତିଙ୍କ ବିନା ଅନୁମତିରେ ପୋଲିସ କିନ୍ତୁ ବିଧାନସଭା ଭିତରକୁ ଯାଇପାରିବ ନାହିଁ । ପୂର୍ବତନ ବିଧାୟକ ମାନଙ୍କର ବିଧାନସଭାକୁ ଯିବାର ଅଧିକାର ଥିଲା କିନ୍ତୁ ଯିବାକୁ ଦିଆଗଲା ନାହିଁ । କାହିଁକି ଭିତରକୁ ପୁରେଇ ଦେବେନି ତାର କୌଣସି କାରଣ ନାହିଁ । ବିଧାନସଭା ଉପରେ ବାଚସ୍ପତିଙ୍କ କୌଣସି କର୍ତ୍ତୃତ୍ୱ ନାହିଁ । ପୋଲିସ ବିଧାନସଭାକୁ କବ୍ଜାକୁ ନେଇଛି । ବାଚସ୍ପତି ଫୋନ୍ ଉଠାଇଲେ ନାହିଁ । ଏହା ଜାଣିବାକୁ ଚାହୁଁଥିଲୁ ବାଚସ୍ପତି କିଛି ନିର୍ଦ୍ଦେଶ ଦେଇଛନ୍ତି କି କାହାକୁ ନ ଛାଡିବାକୁ । ବିଧାୟକ ମାନଙ୍କୁ ଆକ୍ରମଣର ଖବର ଆସିଥିଲା । ଆମ୍ବୁଲାନ୍ସ ଆସିଥିଲା ଚିକିତ୍ସା ପାଇଁ । ମାନବାଧିକାର ଦୃଷ୍ଟିକୋଣରୁ ମଧ୍ୟ ସାକ୍ଷାତ ପାଇଁ ସୁଯୋଗ ଦେଲେନି । ପୋଲିସ ବରିଷ୍ଠ ନେତାମାନଙ୍କୁ ଉଠାଇ ନେଲା । ଏବେ ବିଜେଡି ବି ବୟକଟ୍ କରିଛି । ଏକଛତ୍ରବାଦ ଶାସନ ଚାଲିଛି । ଏହା ଗଣତନ୍ତ୍ରର ହତ୍ୟା । କଂଗ୍ରେସ ଏହାକୁ ନିନ୍ଦା କରୁଛି । ଏକଛତ୍ରବାଦ ଶାସନ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ । ରାଜ୍ୟରେ ନାରୀ ନିର୍ଯାତନା ଶୀର୍ଷରେ । ଗୃହ କମିଟି କରୁନାହାନ୍ତି କି ଆଲୋଚନା କରୁନାହାନ୍ତି । ମହିଳା ମାନେ ପଛେ ଚୁଲିକୁ ଯାଆନ୍ତୁ କିନ୍ତୁ ଆଲୋଚନା ହେଲା ନାହିଁ । ଏଭଳି ଦୃଷ୍ଟାନ୍ତ କେବେ ନଥିଲା । ଏମାନେ ଇତିହାସ ସୃଷ୍ଟି କଲେ । କାଲି ଲୋକେ ଜବାବ ଦେବେ । ନିଆଁରେ ଘିଅ ପକାଇବା ଭଳି ପଦକ୍ଷେପ । ବିଧାନସଭା ଘେରାଉ ବେଳେ ଲୋକେ ଆହୁରି ଉତ୍ତେଜିତ ହେବେ । ଏହାର ପ୍ରମାଣ ଆସନ୍ତାକାଲି ମିଳିବ ବୋଲି ନରସିଂହ ମିଶ୍ର କହିଛନ୍ତି । 

ସେହିଭଳି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି 

ଯେତେବେଳେ ମହିଳା ନିର୍ଯାତନା କଥା ଆରମ୍ଭ ହେଲା ବିଧାନସଭାରେ କଂଗ୍ରସ ବିଧାୟକ ଦଳ ମହିଳା ନିର୍ଯାତନା ପ୍ରସଙ୍ଗରେ ଦାବି କଲେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପାଇଁ । କିନ୍ତୁ ସରକାର ଏ କଥା ଗ୍ରହଣ କଲେନି କି ଏଯାଏ ବି କିଛି କଲେ ନାହିଁ । ଗୃହ କମିଟି ପାଇଁ ବି ଦାବି ହେଲା । ଏହା ହେଲେ ଅପରାଧୀ ମାନଙ୍କର ଗୋଟେ ଭୟ ରହିଥାନ୍ତା । କିନ୍ତୁ କିଛି କରାଗଲା ନାହିଁ । ରାଜ୍ୟରେ ନଭେମ୍ବରରୁ ମହିଳା କମିଶନ ହୋଇନାହିଁ । ପୁରୁଣା କମିଶନଙ୍କୁ ବାହାର କଲେ । ଅନ୍ୟ ରାଜ୍ୟରେ କମିଶନ ଆକ୍ଟିଭ । କିନ୍ତୁ ୯ ମାସ ହେଲାଣି ରାଜ୍ୟରେ ମହିଳା କମିଶନ ନାହିଁ । ମହିଳା କାହା ପାଖକୁ ଅଭିଯୋଗ କରିବାକୁ ଯିବେ । ଏହା ଏକ ଦଳୀୟ ବ୍ୟାପାର ନୁହେଁ ଏହା ସାମାଜିକ ବ୍ୟାଧି । ମହିଳା ଆଜି ଡରୁଛନ୍ତି । ବାରମ୍ବାର ଆନ୍ଦୋଳନ ପରେ ବି ଏବେ ୧୪ ବିଧାୟକ ସସ୍‌ପେଣ୍ଡ ହେଲେ । ସେମାନେ କ’ଣ ମାଗୁଛନ୍ତି । ବାଚସ୍ପତି ଜଣେ ମହିଳା ତାଙ୍କୁ ନେଇକି ବି କମିଟି ହୋଇପାରିଥାନ୍ତା । ଆସନ୍ତାକାଲି ଗାଁ ଗଣ୍ଡାରୁ ଲୋକେ ଆସିବେ । ମୁଖ୍ୟମନ୍ତ୍ରୀ ବି ନୀରବ । ବରିଷ୍ଠ ନେତାମାନେ ଯାଇଥିଲେ ବିଧାୟକ ମାନଙ୍କୁ ଭେଟିବାକୁ । ଛାଡ଼ିଲନି । ସେମାନେ କ’ଣ କ୍ରିମିନାଲ । ସାଂସଦଙ୍କୁ ବି ଛଡା ଗଲାନି । ଏଭଳି କେବେ ହୋଇ ନ ଥିଲା । ବିଧାନସଭା ଘେରାଉ ପାଇଁ ବିପୁଳ ସଂଖ୍ୟାରେ ଲୋକ ଯୋଗ ଦେବେ ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି। 

You Can Read:

୨୦୨୧ ଜମା କରିଛନ୍ତି ସିକ୍ୟୁରିଟି ଟଙ୍କା, ଏପର୍ଯ୍ୟନ୍ତ ଜମିରେ ଖୋଳାଯାଇନି ଡିପ୍ ବୋରୱେଲ 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.