୨୦୨୧ ଜମା କରିଛନ୍ତି ସିକ୍ୟୁରିଟି ଟଙ୍କା, ଏପର୍ଯ୍ୟନ୍ତ ଜମିରେ ଖୋଳାଯାଇନି ଡିପ୍ ବୋରୱେଲ

Published By : Prameya-News7 Bureau | March 26, 2025 IST

ବିନିକା ୨୬: ସୁବର୍ଣ୍ଣପୁର ଜିଲ୍ଲା ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଲେ ଚାଷୀ । ଜିଲ୍ଲାର ସଦର ବ୍ଲକ ମୟୁରଉଡାନ ଗ୍ରାମପଞ୍ଚାୟତର ଚାଷୀ ମାନେ ୨୦୨୧ ମସିହାରୁ କାଗଜପତ୍ର ସହିତ ସିକ୍ୟୁରିଟି ଟଙ୍କା ମଧ୍ୟ ଦେଇଛନ୍ତି କିନ୍ତୁ ତାଙ୍କ ଜମିରେ ଡିପ୍ ବୋରୱେଲ ଖୋଳାଯାଉନାହିଁ । ଏହି ଚାଷୀ ମାନେ ବାରମ୍ବାର ଉଠା ଜଳସେଚନ କାର୍ଯ୍ୟାଳୟକୁ ଦଉଡି ଦଉଡି ନୟାନ୍ତ ହେବା ପରେ ଜିଲ୍ଲାପାଳ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ଜମିରେ ଡିପ୍ ବୋରୱେଲ ଖୋଳା ଯାଇପାରୁନାହିଁ । ତେଣୁ ବାଧ୍ୟ ହୋଇ ସମସ୍ତ ଚାଷୀ ଆସି ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଆଗାମୀ ଦିନରେ ଏହି ଡିପ୍ ବୋରୱେଲ ଖୋଳା ନଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।


You Can Read:

ବିଧାନସଭାରୁ ନିଲମ୍ବିତ ହେଲେ ଆଉ ୨ କଂଗ୍ରେସ ବିଧାୟକ, ତାରା ବାହିନୀପତି ଓ ରମେଶ ଜେନା ୭ଦିନ ପାଇଁ ସସ୍‌ପେଣ୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.