ଭୁବନେଶ୍ୱର ୨୦/୦୩: କଂଗ୍ରେସ ବିଧାୟକ ହୁଇସିଲ୍ ବଜେଇଲେ । ବାଚସ୍ପତି ବିଧାନସଭାକୁ ମୁଲତବି ଘୋଷଣା କଲେ । ଗୁରୁବାର ବିଧାନସଭାରେ ଦେଖିବାକୁ ମିଳିଥିବା ରୋଚକ ଦୃଶ୍ୟ । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୋକ ପ୍ରସ୍ତାବ ଆଗତ କରିବା ପରେ, ଗୃହରେ ଏହାକୁ ସମର୍ଥନ ଜଣାଇଥିଲେ ବିରୋଧୀ । ତେବେ ଏହାପରେ କିନ୍ତୁ ଆରମ୍ଭ ହେଇଯାଇଥିଲା କଂଗ୍ରେସ ବିଧାୟକଙ୍କ ପ୍ରତିବାଦ ।
ନାରୀ ସୁରକ୍ଷା ଦାବି କରି ବିଧାୟକମାନେ ହଟ୍ଟଗୋଳ କରିବା ସହ ପୋଡିୟମ ତଳେ ନାରାବାଜି କରିଥିଲେ । ବିଧାନସଭା ଭିତରେ ହୁଇସିଲ୍ ବଜେଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତି ବାରମ୍ବାର ହୁଇସିଲ୍ ବଜାଇବା ବନ୍ଦ କରିବାକୁ ମନା କରିଥିଲେ ବି, ବିଧାୟକମାନେ ହୁଇସିଲ୍ ବଜାଇବା ବନ୍ଦ କରିନଥିଲେ ।
ଯାହାପରେ ବାଚସ୍ପତି ଗୃହକୁ ମଧ୍ୟାହ୍ନ ୧୨ ଟା ଯାଏଁ ମୁଲତବି ଘୋଷଣା କରିଥିଲେ । କହିବାକୁ ଗଲେ ଦୀର୍ଘ ଦିନ ହେଲା ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ବିଧାନସଭା । ବାଚସ୍ପତି ବାରମ୍ବାର ଗୃହକୁ ସୁରୁଖୁରୁରେ ଚଳାଇବାକୁ ଚାହୁଁଥିଲେ ବି, ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ବିଧାନସଭା ।