ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହ ନେଇ ବର୍ଷିଲା କଂଗ୍ରେସ, ପିସିସି ସଭାପତି କହିଲେ- ପ୍ରତାରଣା କ’ଣ କରିଛନ୍ତି ତାର ହିସାବ ଦିଅନ୍ତୁ

Published By : Prameya-News7 Bureau | June 12, 2025 IST

ଭୁବନେଶ୍ବର ୧୨: ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହ ନେଇ ବର୍ଷିଲା କଂଗ୍ରେସ । 'ବର୍ଷ ୧ ପ୍ରତାରଣା ଅନେକ' ସ୍ଲୋଗାନ ଦେଇ ସାମ୍ବାଦିକ ସମ୍ମିଳନୀ ଆରମ୍ଭ କରିଥିଲେ ସାମ୍ବାଦିକ ସମ୍ମିଳନୀ । ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ବିଜେପି ସରକାର ପକେଟରେ ବିକାଶର ବାର୍ତ୍ତା ଦେଇଛନ୍ତି l ପ୍ରତାରଣା କ’ଣ କରିଛନ୍ତି ତାର ହିସାବ ଦିଅନ୍ତୁ l ଧାନର କଟନୀ ଛଟନୀ ଜାରି ରହିଛି l ୮ରୁ ୯ କେଜି ଧାନର କଟନୀ ଛଟନୀ ହେଉଛି l ସୁଭଦ୍ରା ଯୋଜନାରେ ୫୦ ହଜାର ଭାଉଚର କହି ବର୍ଷକୁ ଦୁଇ କିସ୍ତିରେ ୧୦ ହଜାର ଟଙ୍କା ଦେଉଛନ୍ତି l ମହିଳା ମାନଙ୍କୁ ଦୁଷ୍କର୍ମ ହେଉଛି, ନାବାଳିକା ଗର୍ଭବତୀ ହେଉଛି । ୬୫ ଜଣ ମହିଳା ବର୍ଷେ ଭିତରେ ଦୁଷ୍କର୍ମର ଶିକାର ହୋଇଛନ୍ତି l ମହିଳା ସୁରକ୍ଷା ପ୍ରସଙ୍ଗ ନୁହେଁ ବୋଲି ଶାସକ ଦଳ କହୁଛି l ବର୍ଷେ ହେଲାଣି ମେଡିକାଲ କଲେଜ ଘୋଷଣା କରିଚାଲିଛନ୍ତି l ୧୮ ମାସରେ ଚିଟଫଣ୍ଡ ଟଙ୍କା ଦେବେ ବୋଲି କହିଲେ l ଏବେ କହୁଛନ୍ତି ଖତିୟାନ ମିଳୁନାହିଁ l 

ସବୁ କ୍ଷେତ୍ରରେ ବିଜେପି ସରକାର ବିଫଳ ହୋଇଥିଲେ ମଧ୍ୟ ସରକାରୀ ଟଙ୍କାରେ ଉତ୍ସବ ପାଳନ କରୁଛି l ଏହା ବିରୋଧର ପୁରା ଓଡ଼ିଶାରେ କଂଗ୍ରେସ ପ୍ରେସମିଟ୍ ଆରମ୍ଭ କରିବ l ଲୋକଙ୍କୁ ସଚେତନ କରିବ l ସବୁ ଜିଲ୍ଲାରେ କଂଗ୍ରେସ ପ୍ରତିବାଦ ସଭା କରିବ l ବର୍ଷକର ଏ ପ୍ରତାରଣା ଅନେକ କଥାକୁ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇ ଦିଆଯିବ ବୋଲି ଭକ୍ତ ଦାସ କହିଛନ୍ତି । 

You Can Read:

ବିକାଶ ବାହନ ବନାମ ଜନ ଜାଗରଣ : ସରକାର ବିରୋଧୀ ନାରା ଦେଇ ବିଜେଡିର ପ୍ରତିବାଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.