କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରୁ ନିଲମ୍ବିତ

Published By : Prameya-News7 Bureau | August 10, 2023 IST

ନୂଆଦିଲ୍ଲୀ: ଲୋକସଭାରୁ ନିଲମ୍ବିତ ହେଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ଗୃହ କାର୍ଯ୍ୟରେ ନିୟମିତ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ତାଙ୍କୁ ଗୁରୁବାର ନିଲମ୍ବିତ କରିଛନ୍ତି ସ୍ପିକର ଓମ୍‌ ବିର୍ଲା। ଅଧୀରଙ୍କ ନିଲମ୍ବନ ନେଇ ବିଜେପି ନେତା ପ୍ରହ୍ଲାଦ ଯୋଶୀ ପ୍ରସ୍ତାବ ଆଣିବା ପରେ ସଂସଦରେ ଏହାକୁ ସ୍ୱୀକାର କରାଯାଇଛି। ବିଶେଷାଧିକାର କମିଟି ତାଙ୍କ ବିରୋଧରେ ଅଭିଯୋଗ ରିପୋର୍ଟ ପୈଠ ନ କରିବା ଯାଏ ସେ ଗୃହରୁ ନିଲମ୍ବିତ ରହିବେ ବୋଲି ସୂଚନା ମିଳିଛି।   
ଅଧୀରଙ୍କ ବିରୋଧରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୃହରେ ନିଲମ୍ବିତ ପ୍ରସ୍ତାବ ଆଣି କହିଥିଲେ ଯେ କଂଗ୍ରେସ ନେତାମାନେ ପ୍ରତ୍ୟେକ ଥର ଦେଶ ତଥା ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ସେହି ସମୟରେ କ୍ଷମା ଦାବି କରିଥିଲୁ, ହେଲେ ସେ କ୍ଷମା ମାଗିନଥିଲେ। ତାଙ୍କ ବିରୋଧରେ ଏକ ପ୍ରସ୍ତାବ ଅଣାଯାଇଥିଲା, ଯାହା ଗ୍ରହଣ କରାଯାଇଛି। ତେବେ ଆଧୀର ରଞ୍ଜନ ଚୌଧୁରୀଙ୍କ ଆଚରଣ ସଂସଦ ପାଇଁ ଅନୁକୂଳ ହେଉ ନାହିଁ ବୋଲି ବାଚସ୍ପତି ଓମ ବିର୍ଲା କହିଥିଲେ।

ପଢନ୍ତୁ-ବିରୋଧୀଙ୍କୁ ମିଳିଛି ସିକ୍ରେଟ୍ ବରଦାନ, ପିଏମ ମୋଦୀ ସଂସଦରେ ୩ ଉଦାହରଣ ଦେଇ ବୁଝାଇଲେ

ନିଲମ୍ବିତ ପରେ କଣ କହିଲେ ଆଧୀର ରଞ୍ଜନ ?

ନିଲମ୍ବିତ ହେବା ପରେ ଅଧୀର ରଂଜନ ଚୌଧୁରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଗୃହରୁ ଚାଲିଯିବାକୁ ବାଧ୍ୟ ହେଲେ। କାରଣ ଆଜି(ଅଗଷ୍ଟ ୧୦) ବି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ 'ନିରବ' ରହିଲେ।, ତେଣୁ ମୁଁ ଭାବିଲି ନୂଆ 'ନିରବ ମୋଦୀ'ଙ୍କୁ ଦେଖି ଲାଭ କ’ଣ? ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ଯେ ସମଗ୍ର ଦେଶ ତାଙ୍କ ସହ ଅଛି, ତେବେ ସେ କଂଗ୍ରେସକୁ କାହିଁକି ଭୟ କରୁଛନ୍ତି? ବୋଲି କହିଛନ୍ତି ଅଧୀର ରଞ୍ଜନ

ଅଧୀର ରଞ୍ଜନଙ୍କର ନିଲମ୍ବନକୁ ବିରୋଧ କରି କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ ପୂର୍ବରୁ ଆପ୍ ସାଂସଦ ସଞ୍ଜୟ ସିଂ ଏବଂ ରିଙ୍କୁ ସିଂଙ୍କୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ଅଧୀର ରଞ୍ଜନଙ୍କୁ ନିଲମ୍ବିତ କରାଯାଇଛି। ମେଣ୍ଟ ଦଳ ‘ଭାରତ’ ସ୍ୱର ଉତ୍ତୋଳନରୁ ନିବୃତ୍ତ ରଖିବାକୁ ବିଜେପି ଚେଷ୍ଟା କରୁଛି ବୋଲି ଗୋଗୋଇ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଆମେ ପଛକୁ ଫେରିବୁ ନାହିଁ। ମଣିପୁର ଠାରୁ ମୁହଁ ଫେରାଇ ନେଲେ। ଆଜି ସମଗ୍ର ମଣିପୁର ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ କଥାରେ ଅସନ୍ତୁଷ୍ଟ ବୋଲି ଗୋଗୋଇ କହିଛନ୍ତି।

ପଢ଼ନ୍ତୁ-‘୨୦୧୮ରେ ଅନାସ୍ଥା ଆଣିଥିଲ, ଆମେ ଜିତିଥିଲୁ, ପୁଣି ୨୦୨୩ରେ ଆଣିଲ, ଏବେ ରେକର୍ଡ ସହ ଜିତିବୁ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.