ଖାଳଝରି ସ୍ଲୁଇସ୍ ଗେଟ୍‌ରେ ଫାଟ, ୩ଟି ଗେଟ୍ ଦେଇ ଗାଁରେ ପଶିଲା ବନ୍ୟାଜଳ

Published By : Prameya-News7 Bureau | June 21, 2025 IST

ଭୋଗରାଇ ୨୧।୬: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ୍ ଗେଟ୍‌ରେ ଫାଟ ସୃଷ୍ଟି ହୋଇଛି । ଫଳରେ ୩ଟି ଗେଟ୍ ଦେଇ ଗାଁରେ ପଶିଲା ବନ୍ୟାପାଣି । ସମ୍ପୂର୍ଣ୍ଣ ଭାଙ୍ଗିଲେ ଭୋଗରାଇର ୧୮ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବ । ଗେଟ୍‌ରେ ଫାଟ ଦେଖି ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । 

ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଭୋଗରାଇ ବ୍ଲକରେ ବିଭିନ୍ନ ସ୍ଥାନରେ ପାଣି ପଶିଛି । ଫଳରେ ସ୍ଥାନୀୟ ଲୋକ ଭୟଭୀତ ଥିବା ବେଳେ ନାଚିନ୍ଦ। ପଞ୍ଚାୟତ ଖାଳଝରି ଠାରେ ଥିବା ସ୍ଲୁଇସ୍ ଗେଟ୍‌ରେ ଫାଟ ସୃଷ୍ଟି ହୋଇ ୩ଟି ଗେଟ୍ ଦେଇ ଗାଁରେ ପଶିଲା ବନ୍ୟାଜଳ ।

ଏହାକୁ ନେଇ ଲୋକ ମାନେ ଚିନ୍ତାରେ ଥିବା ବେଳେ ଏପର୍ଯ୍ୟନ୍ତ ଜଳସେଚନ ବିଭାଗ ଆଖିବୁଜି ବସିଛି । ତେବେ ଖୁବ୍‌ଶୀଘ୍ର ଏହାକୁ ଠିକ୍ କରାନଗଲେ ଗେଟ୍ ସମ୍ପୂର୍ଣ୍ଣ ଭାଙ୍ଗିଗଲେ ୧୮ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହେବ ବୋଲି ଆଶଙ୍କା କରାଯାଉଛି ।

ସେପଟେ ସୁବର୍ଣ୍ଣରେଖା ନଦୀ ରାଜଘାଟ ନିକଟରେ ବିପଦ ସଙ୍କେତ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ସେପଟେ ଗାଁ ଗାଁରେ ପଶୁଛି ବନ୍ୟାପାଣି । ଲୋକେ ଭୟଭୀତ ଅବସ୍ତାରେ ଅଛନ୍ତି । ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଭୋଗରାଇ ବ୍ଲକ୍‌ର ଖଳାବଡ଼ିଆ, କୁଲ୍ହା, ବାଉଁଶ ଖଣା ଗ୍ରାମରେ ବନ୍ୟା ପାଣି ପଶିଛି । ରାସ୍ତା ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି । ଭୋଗରାଇ ବ୍ଲକର ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ଜଳମଗ୍ନ ହେବା ସହ ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ  ହୋଇଛି । ପିଲାଛୁଆ, ଗୃହ ପାଳିତ ପଶୁକୁ ନେଇ ନଦୀବନ୍ଧରେ ସାହାରା ନେଉଛନ୍ତି ଲୋକେ ।

ସେପଟେ ସୁବର୍ଣ୍ଣରେଖା ନଦୀର ପ୍ରଥମ ବନ୍ୟା ଆସିବା ପରେ ଭୋଗରାଇ ବ୍ଲକର କୁଲ୍ହା ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଶୁକ୍ରବାର ଠାରୁ ଘର ଭିତରେ ପାଣି ପଶିଥିବା ବେଳେ ଏ ପର୍ଯ୍ୟନ୍ତ ଲୋକ  ଖାଦ୍ୟ ଖାଇ ନାହାନ୍ତି । ବନ୍ୟାରେ କିଛି ଆସବାବପତ୍ର ଭାସିଯାଇଥିବା ବେଳେ ନିଜ ପରିଶ୍ରମର ଫଳ ଧାନକୁ ଖଟ ଉପରେ ରଖି ବସିଛନ୍ତି ଲୋକ । ଆଉ କିଛି ପରିବାରର ଘର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ଛାତ ଉପରେ ୨୪ ଘଣ୍ଟା ହେଲାଣି ନିଜ ନିଜର ଆସବାବପତ୍ର ନେଇ ବସିଛନ୍ତି । ଦୁଃଖର ବିଷୟ ଏ ପର୍ଯ୍ୟନ୍ତ କେହି ବି ପ୍ରଶାସନ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚି ନାହାନ୍ତି । ସେମାନେ ସୁରକ୍ଷିତ ସ୍ଥାନକୁ ଆସିବା ପାଇଁ ଚାହୁଁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ପାଖରେ ଡଙ୍ଗା ପହଞ୍ଚି ପାରୁନି ।

You Can Read:

ମଦ ପିଇବାକୁ ବାରଣ କଲେ ଆଶା କର୍ମୀ, ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.