ବିଦେଶରେ ଲୁଚିଛପି ବିବାହ କଲେ ଅଭିନେତ୍ରୀ ଲରେନ୍, ସାମ୍ନାକୁ ଆସିଲା ରୋମାଣ୍ଟିକ ଫଟୋ

Published By : Prameya-News7 Bureau | June 20, 2025 IST

ମୁମ୍ଵାଇ ୨୦।୦୬; ରେମୋ ଡିସୁଜାଙ୍କ ଫିଲ୍ମ ABCD ସଭିଏଁ ଦେଖିଥିବ। ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଲରେନ୍ ଗଟଲିବ୍‌ଙ୍କୁ ମନେ ରଖିଥିବେ। ଏହି ଅଭିନେତ୍ରୀ ଇଟାଲୀରେ ବିବାହ କରିଛନ୍ତି। ଏବେ ତାଙ୍କର ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲରେନ୍ ଜୁନ୍ ୧୧ରେ ଇଟାଲୀରେ ବ୍ୟକ୍ତିଗତ ଢଙ୍ଗରେ ବିବାହ କରିଛନ୍ତି। ବିବାହରେ କେବଳ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ସାମିଲ ଥିଲେ । ଏହା ପୂର୍ବରୁ, ସେ ଗତ ବର୍ଷ ୨୦୨୪ ରେ କାରିବିଆନରେ ତାଙ୍କର ନିର୍ବନ୍ଧ କରିଥିଲେ।

ଅଭିନେତ୍ରୀ ଲରେନ୍ ଗଟଲିବ୍ ଏକ ସାକ୍ଷାତକାରରେ ତାଙ୍କ ବିବାହ ବିଷୟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ଲଣ୍ଡନର ଭିଡିଓ କ୍ରିଏଟର ଟୋବିଆସ୍ ଜୋନ୍ସଙ୍କ ସହିତ ତାଙ୍କର ନୂତନ ଜୀବନ ଆରମ୍ଭ କରିଛନ୍ତି। ବିବାହ ବିଷୟରେ କଥା ହୋଇ ଲରେନ୍ କହିଛନ୍ତି, 'ଏହା ମୋ ପାଇଁ ସ୍ୱପ୍ନ ସତ ହେବା ଭଳି ଥିଲା। ସବୁଠାରୁ ଶାନ୍ତ ମୁହୂର୍ତ୍ତରୁ ବଡ଼ ଆଶ୍ଚର୍ଯ୍ୟ ପର୍ଯ୍ୟନ୍ତ।'

କହିବାକୁ ଗଲେ ଲରେନ୍ ଗଟଲିବ୍ ଖ୍ରୀଷ୍ଟିଆନ୍ ରୀତିନୀତିରେ ବିବାହ କରିଛନ୍ତି। ଫଟୋଗୁଡ଼ିକରେ, ଆପଣ ଦେଖିପାରିବେ ଯେ ଅଭିନେତ୍ରୀ ଏକ ଧଳା ରଙ୍ଗର ଅଫ୍-ଶୋଲ୍ଡର୍ ଡିପ୍ କଟ୍ ନେକ୍ ଗାଉନ୍‌ ପିନ୍ଧିଥିବା ବେଳେ ଟୋବିୟାସ୍ ଜୋନ୍ସ ଏକ କଳା ଏବଂ ଧଳା ଟକ୍ସିଡୋ ପିନ୍ଧିଛନ୍ତି। ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ । ଏହା ସହିତ ଲରେନ୍ ମିନିମମ୍‌ ମେକଅପ୍ ସହିତ ନୋ ଜୁଏଲାରୀ ଲୁକ୍ ବାଛିଥିଲେ । ଲରେନ୍ ଗଟଲିବ୍ ଏବଂ ଟୋବିୟାସ୍ ଜୋନ୍ସଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଫଟୋ ଗୁଡ଼ିକରେ, ଦମ୍ପତି ପରସ୍ପର ସହିତ ରୋମାଣ୍ଟିକ୍ ପୋଜ୍ ଦେଉଥିବା ନଜର ଆସିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.