ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବିଭିନ୍ନ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଆୟକର ବିଭାଗର ଛାନ୍‌ଭିନ୍

Published By : Prameya-News7 Bureau | June 20, 2025 IST

ଝାରସୁଗୁଡା ୨୦/୦୬: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବିଭିନ୍ନ ଠିକଣାରେ ଆଜି ଦ୍ବିତୀୟ ଦିନରେ ବି ଚାଲିଛି ଆୟକର ବିଭାଗର ଚଢ଼ାଉ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ସ୍ଥିତ ବିଭିନ୍ନ ଠିକଣାରେ ପହଞ୍ଚି ଛାନଭିନ୍ ଚଳାଇଛି ଆୟକର ବିଭାଗ । ଝାରସୁଗୁଡ଼ା ସ୍ଥିତ ବାସ ଭବନରେ ଗତକାଲି ଠାରୁ ଆଇଟି ରେଡ୍ ଜାରି ରହିଛି  । ଏହି ଚଢ଼ାଉରେ ଆୟକର ବିଭାଗର ୧୦ ଜଣ ଅଧିକାରୀ ସାମିଲ ହୋଇଥିବା ଜଣାପଡିଛି । 

ସେପଟେ ଦ୍ବିତୀୟ ଦିନରେ ସମ୍ବଲପୁରରେ ରେଡ ଜାରି ରହିଛି ।  ଆଜି ସକାଳୁ ପୁଣି ସମ୍ବଲପୁରର ବିଭିନ୍ନ ସ୍ଥାନରେ ଥିବା ସ୍ବର୍ଗତ ନବ ଦାସଙ୍କ ଭିନ୍ନ ଭିନ୍ନ ଠିକଣାରେ ପହଞ୍ଚି ଯାଞ୍ଚ କରୁଛି ଆୟକର ବିଭାଗ । ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର , ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ଉ ହୋଇଥିଲା ।

ସୁନ୍ଦରଗଡରେ ସ୍ବର୍ଗତ ଦାସଙ୍କ ବ୍ୟାବସାୟିକ ବନ୍ଧୁ ତଥା ସୁନ୍ଦରଗଡ଼ ମାତାରାଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘରେ ଚଢ଼ଉ ଚାଲିଛି । କୁହାଯାଉଛି ଯେ ନବଙ୍କ ପୁଅ କରିଥିବା ବେନାମୀ କମ୍ପାନୀରେ ସଞ୍ଜୟ କୁଆଡେ ନିବେଶ କରିଥିଲେ । 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.