ହାଇକୋର୍ଟ ବିଚାରପତି ଓ ଆଇନଜୀବୀ ଖେଳିଲେ କ୍ରିକେଟ୍

Published By : Prameya-News7 Bureau | March 22, 2025 IST

କଟକ ୨୨: କଟକ ବାରବାଟୀ ଷ୍ଟାଡିୟମରେ ହାଇକୋର୍ଟ ବିଚାରପତି ଓ ଆଇନଜୀବୀଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଯାଇଛି । ହାଇକୋର୍ଟ କାର୍ଯ୍ୟକାରୀ ବିଚାରପତି ଏକାଦଶ ଓ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଏକାଦଶ ମଧ୍ୟରେ ଆୟୋଜିତ ଏହି ମ୍ୟାଚ୍‌ରେ ଆଇନଜୀବୀ ଏକାଦଶ ବିଜୟୀ ହୋଇଛି । 

ପ୍ରଥମେ ବ୍ୟାଟିଂ କରି ବିଚାରପତି ଏକାଦଶ ୨୨ ଓଭରରେ ୧୩୫ ରନ୍ କରିଥିବା ବେଳେ, ବାର୍ ଆସୋସିଏସନ୍ ସଭାପତି ଏକାଦଶ ୨୨ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । 

You Can Read:

କାଳବୈଶାଖୀ ବର୍ଷାରେ ବେହାଲ ବ୍ରହ୍ମପୁର, କେଉଁଠି ଥାନା ତ ଆଉ କେଉଁଠି ସ୍କୁଲ ଭିତରେ ପଶିଛି ପାଣି 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.