ବ୍ରଜରାଜନଗରରେ କ୍ରାଇମବ୍ରାଞ୍ଚର ତଦନ୍ତ, ଗୋପାଳ ଦାସ ହାତରୁ ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ପଚରାଉଚରା

Published By : Prameya-News7 Bureau | March 22, 2025 IST

ଝାରସୁଗୁଡ଼ା : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସମସ୍ତ ଦିଗକୁ ପୁଣି ଥରେ ଯୋଡିବାକୁ ପ୍ରୟାସ କରୁଛି କ୍ରାଇମବ୍ରାଞ୍ଚ । ଗତ ମଙ୍ଗଳବାରଠୁ ଶନିବାର ମଧ୍ୟରେ ନବ ଦାସଙ୍କ ପରିବାର, ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଡାକ୍ତରୀ ଟିମ୍ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କରିସାରିଛି କ୍ରାଇମବ୍ରାଞ୍ଚ ଟିମ୍ l

ତେବେ ଶନିବାର ପଞ୍ଚମ ଦିନରେ ବ୍ରଜରାଜନଗର ଅଞ୍ଚଳରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ବ୍ରଜରାଜନଗର ଥାନାରେ ପହଞ୍ଚି ଆରମ୍ଭ କରିଛି ଛାନଭିନ୍ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ଚାଳନା ପରେ ଗୋପାଳ ଦାସଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିବା ଯୁବକଙ୍କୁ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ସରୋଜ କୁମାର ସା'ଙ୍କ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ ।

ସେପଟେ ଶୁକ୍ରବାର ବିମାନ ବନ୍ଦରରୁ ବାହାରି କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡ଼ିଓଗ୍ରାଫରଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ l ନବ ଦାସଙ୍କୁ ଗୁଳିମାଡ଼ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇସିଜି କରିଥିବା ରେଡ଼ିଓଗ୍ରାଫରଙ୍କର ବୟାନ ରେକର୍ଡ ହୋଇଥିଲା।

You Can Read:

ବ୍ରହ୍ମପୁରରେ ପୁଣି ଲୁଟ୍, ବୃଦ୍ଧା ପିନ୍ଧିଥିବା ସୁନା ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.