ନବ ଦାସ ହତ୍ୟାକାଣ୍ଡ ମାମଲା : ୫ ଦିନର ମାରାଥନ୍ ଜେରା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌

Published By : Prameya-News7 Bureau | March 23, 2025 IST

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ୫ ଦିନର ତନାଘନା ପରେ ଝାରସୁଗୁଡା ଛାଡିଲା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ୫ ଦିନର ତନାଘନା ମଧ୍ୟରେ ୧୫ରୁ ଅଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଅନେକ ତଥ୍ୟ ହାସଲ କରିଛି ଓ ତାକୁ କୋର୍ଟରେ ଉପସ୍ଥାପନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ କ୍ରାଇମବ୍ରାଞ୍ଚ ସନ୍ତୁଷ୍ଟ ଥିବାବେଳେ ଆଗକୁ ଆଉ ଆବଶ୍ୟକ ହେଲେ ପୁଣି ଏହି ଟିମ୍ ଝାରସୁଗୁଡା ଆସିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।


ସେପଟେ, ପଞ୍ଚମ ଦିନରେ ତଦନ୍ତକୁ ଜୋରଦାର କରିଥିଲା କ୍ରାଇମବ୍ରାଞ୍ଚ । ବ୍ରଜରାଜନଗର, ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରିଥିଲା । ନବ ଦାସଙ୍କୁ ଗୁଳିକାଣ୍ଡ ବେଳେ ଗୁଳି ବାଜିଥିବା ଜୀବନ ନାଏକଙ୍କ ବୟାନ ରେକର୍ଡ ହୋଇଥିଲା । ପ୍ରାୟ ୧ ଘଣ୍ଟା ଧରି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ l ଘଟଣା ଦିନର ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ଜୀବନ l ସେ ନବ ଦାସଙ୍କ ପାଦ ଛୁଉଁଥିବା ବେଳେ ତାଙ୍କ ବେକରେ ଗୁଳି ଘଷି ହୋଇଯିବା ସହ ନବ ଦାସଙ୍କ ଦେହରେ ବାଜିଥିବା ଜୀବନ କହିଥିଲେ l


କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଝାରସୁଗୁଡା ଓ ବ୍ରଜରାଜନଗରର ବିଭିନ୍ନ ସ୍ଥାନରେ ପହଞ୍ଚି ହତ୍ୟାକାଣ୍ଡ ସମୟରେ ଉପସ୍ଥିତ କିଛି ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛନ୍ତି । ଗୁଳିକାଣ୍ଡ ବେଳେ, ଗୁଳି ବାଜିଥିବା ଜୀବନ ନାଏକଙ୍କ ବୟାନ ରେକର୍ଡ ହୋଇଛି । ସେହିପରି ବ୍ରଜରାଜନଗର ଥାନାରେ ସରୋଜ ସା’ଙ୍କର ଅଢେଇ ଘଣ୍ଟା ଧରି କରାଯାଇଛି ବୟାନ ରେକର୍ଡ । ଗୁଳିକାଣ୍ଡ ପରେ ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କ ବନ୍ଧୁକ ଛଡାଇ ବନ୍ଧୁକକୁ ଉପରକୁ ଟେକିଥିବା ଯୁବକ ହେଉଛନ୍ତି ସରୋଜ ସା’ । ନବ ଦାସ ଗାନ୍ଧୀଛକରେ ପହଞ୍ଚିଥିବା ପରେ ତାଙ୍କୁ ପ୍ରଥମେ ଫୁଳମାଲ ପିନ୍ଧାଇଥିଲେ ସରୋଜ । ତେବେ ସେ କେଉଁ ପରିସ୍ଥିତିରେ ଓ କାହିଁକି ବନ୍ଧୁକ ଛଡାଇଲେ ତନାଘନା କରିଛି କ୍ରାଇମବ୍ରାଞ୍ଚ । ଏଭଳି ଏକ ସ୍ପର୍ଶକାତାର ଘଟଣାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ମଧ୍ୟ କୌଣସି ତଥ୍ୟ ଉଲ୍ଲେଖ କରାଯାଇ ନାହିଁ କି ସରୋଜଙ୍କ ନାଁରେ ପୋଲିସ କୌଣସି ଏତଲା ମଧ୍ୟ ଦେଇନଥିଲା ।

You Can Read:

ନାଁ ନଥିବାରୁ ବିବାଦ, ଭିତ୍ତିପ୍ରସ୍ତର ଫଳକ ଭାଙ୍ଗିଲେ ସରପଞ୍ଚ ଓ ଗ୍ରାମବାସୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.