ଭଦ୍ରକ ୨୩।୦୩ : ଭିତ୍ତିପ୍ରସ୍ତର ପାଇଁ ବିବାଦ । ଭିତ୍ତିପ୍ରସ୍ତର ଫଳକରେ ସରପଞ୍ଚଙ୍କ ଓ ସମିତି ସଭ୍ୟଙ୍କ ନାମ ନଥିବାରୁ ଫଳକ ଭାଙ୍ଗିଲେ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମଵାସୀ। ଭଦ୍ରକ ଅଣ୍ଢେଇପଲ୍ଲୀ ପଞ୍ଚାୟତର ମିନତୀ ଦେବୀ ଉଚ୍ଚ ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ଲଗାଯାଇଥିଲା । ତେବେ ଏହି ଫଳକ ରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ନଥିଲା । ଯାହାକୁ ନେଇ ଗ୍ରାମବାସୀ ମାନେ ଵିରୋଧ କରିଥିଲେ । ସେମାନେ ସ୍କୁଲ କାମକୁ ବିରୋଧ କରୁ ନାହାନ୍ତି କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ନାମ କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ପରେ ଗ୍ରାମବାସୀ, ସରପଞ୍ଚ, ସମିତି ସଭ୍ୟ ସେଠାକୁ ଯାଇ ହୋ ହଲ୍ଲା କରିବା ସହ ଫଳକ ଭାଙ୍ଗିଥିଲେ।
କର୍ଣ୍ଣାଟକ ରିଜର୍ଭେସନ ମାମଲାରେ ମୁହଁ ଖୋଲିଲେ ମଲ୍ଲିକ...
