ଆନନ୍ଦପୁର ୨୯।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଟୁକୁଣା ଗ୍ରାମରେ ସଶସ୍ତ୍ର ଡକାୟତି ଘଟିଛି । ୬ ଜଣ ଡକାୟତ ଗୃହକର୍ତ୍ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଲେ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ରୁପାର ଗହଣା ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଗ୍ରାମର ସୁନା ଗହଣା ବ୍ୟବସାୟୀ ପବିତ୍ର ଦାସଙ୍କ ଘରେ ଏଭଳି ଡକାୟତି ଘଟିଛି । ପବିତ୍ରଙ୍କ ଛେନାପଦି ଛକରେ ଏକ ଗହଣା ଦୋକାନ ରହିଛି । ମଙ୍ଗଳବାର ରାତି ଗୋଟାଏ ବେଳେ ଡକାୟତମାନେ ଝରକା ଗ୍ରୀଲ ତାଡି ଘର ଭିତରକୁ ପଶି ପବିତ୍ର ଓ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ବେକରେ ବନ୍ଧୁକ ଓ ଭୁଜାଲି ଲଗାଇ ୨୦୦ଗ୍ରାମର ସୁନା ଓ ୭ କିଲୋରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ଆଦି ଲୁଟି ନେଇଥିଲେ । ଏପରିକି ଘରୁ ଗୋଟିଏ ଏଲ.ଇ.ଡି. ନେବା ସହିତ ଘରେ ଥିବା ମିଠା ଖାଇବା ସହିତ ଚା ଦେବାକୁ ବାଧ୍ୟ କରିଥିଲେ ।
ଗତ ଦେଢ଼ ବର୍ଷ ତଳେ ପବିତ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ନିସଙ୍ଗପୁର ନିକଟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ୧୭ଲକ୍ଷ ଟଙ୍କାର ଗହଣା ଲୁଟିନେଇଥିଲେ । ଖବର ପାଇ ବୁଧବାର ସକାଳୁ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read :
wp:embed {"url":"https://www.prameyanews7.com/passengers-protest-in-front-of-train-in-khurda/","type":"wp-embed","providerNameSlug":"prameya-news-7"} /wp:embed