ବାରଙ୍ଗ ୦୮।୦୫ : ବାରଙ୍ଗ ଥାନା ଗୋବିନ୍ଦପୁର ସ୍କୁଲ ପଛରୁ ଗଳିତ ମୃତଦେହ ଠାବ । ମୃତ ଯୁବକ ବାଙ୍କି ଥାନା ରାମଚଣ୍ଡୀ ଗାଁର ଅମ୍ବିକା ରାଉତ ବୋଲି ଜଣାପଡିଛି । ୬ ଦିନ ହେବ ନିଖୋଜ ଥିଲେ ଅମ୍ବିକା ।
ଖବର ଅନୁଯାୟୀ, ଗତ ବୁଧବାର ସଂଧ୍ୟାରେ ଗୋବିନ୍ଦପୁର ଗାଁର ମହିଳାମାନେ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ମୃତଦେହ ପଡିଥିବାର ନଜର ପଡିଥିଲା । ମୃତଦେହ ଦେଖି ଭୟରେ ମହିଳାମାନେ ଆସି ଗାଁରେ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ମୃତଦେହ ବହୁତ ଦିନ ଧରି ପଡିଥିବାର ଶରୀରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେଣୁ ପୋଲିସକୁ ପରିଚୟ ଖୋଜିବାରେ ଅସୁବିଧା ହୋଇଥିଲା । ଶେଷରେ ମୃତକଙ୍କ ପୁଅ ଆସି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନିଥିଲେ । ତାଙ୍କ ମତରେ ବାପା ଭୁବନେଶ୍ୱରରେ ରହି କାମ କରନ୍ତି । ସେ ନିଶା ସେବନ କରୁଥିବାରୁ ଦେହ ଖରାପ ଥିଲା । କିଛି ଦିନ ତଳେ ବାପାଙ୍କୁ ଆଣି ଡାକ୍ତରଙ୍କୁ ଦେଖାଇ ଭଲ କରିଥିଲେ । ହେଲେ ୬ ଦିନ ହେବ ବାପା ଶୌଚ ହେବାକୁ କହି ଘରୁ ଯାଇଥିଲେ । ହେଲେ ଆଉ ଫେରିଲେନି । ଶେଷରେ ବହୁ ଖୋଜାଖୋଜି କରି ନିରାଣ ହୋଇଥିଲା । ଗୁରୁବାର ଦିନ ସକାଳୁ ଗୋବିନ୍ଦପୁର ମିକଟରେ ଏକ ମୃତଦେହ ପଡିଥିବାର ଖବର ପାଇଥିଲୁ । ଏହାପରେ ଘଟଣାସ୍ଥଳରେ ବାପା ପିନ୍ଧିଥିବା ପ୍ୟାଣ୍ଟ ପଡିଥିବାରୁ ଚିହ୍ନି ଥିଲି ବୋଲି କହିଥିଲି ।