ଆଠଗଡ଼ ୬।୪: ପୁଣି ନରସିଂହପୁରରେ ହାତୀ ମୃତ୍ୟୁ । ଏହାକୁ ମିଶାଇ ଗତ ୩ ମାସ ମଧ୍ୟରେ ନରସିଂହପୁରରେ ୬ରୁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଆଠଗଡ଼ ବନଖଣ୍ଡ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ଦେବଭୂଇଁ ସଂରକ୍ଷିତ ଜଙ୍ଗଲ କମ୍ପାନମେଣ୍ଟ ୧ ନୂଆଗଡ ସେକ୍ସନ ନୂଆଗଡ ବିଟ୍ରେ ହାତୀର ମୃତ୍ୟୁ ହୋଇଛି । ଗୋଟିଏ ୪୦ ବର୍ଷର ମାଈ ହାତୀର ମୃତ୍ୟୁ ଘଟିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବୟସ ଅଧିକ ଯୋଗୁଁ ବାର୍ଦ୍ଧକ୍ୟ ରୋଗରେ ପୀଡିତ ଥିବା ଆଠଗଡ଼ ଏସିଏଫ୍ ମନୋଜ ପାତ୍ର ସୂଚନା ଦେଇଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।
You Can Read:
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ