ବର୍ଷାରେ ଭିଜି ଭିଜି ରାସ୍ତା ଅବରୋଧ, ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି

Published By : Prameya-News7 Bureau | June 18, 2025 IST

ଆନନ୍ଦପୁର ୧୮।୬: ବର୍ଷାରେ ଭିଜୁଛନ୍ତି ଗ୍ରାମବାସୀ । ଭିଜି ଭିଜି ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛନ୍ତି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରଘୁନାଥପୁର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ରଘୁନାଥପୁର ଗ୍ରାମର ଜଣେ ଯୁବକ ତ୍ରୀନାଥ ମାସାସିଂ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ତ୍ରୀନାଥଙ୍କୁ ନିକଟସ୍ଥ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । 

ତେବେ ରଘୁନାଥପୁର ଗାଁ ଦେଇ ଯାଇଥିବା ରାସ୍ତାରେ ବେଆଇନ ଭାବେ ବାଲି ବୋଝେଇ ହାଇଓ୍ବା ଚଳାଚଳ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ଦେଇ ଭାରିଯାନ ଚଳାଚଳ ବନ୍ଦ ସହ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ । ଘଷିପୁରା ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ପ୍ରୟାସ ଚଳାଇଛି ।

You Can Read:

ବିଭିନ୍ନ ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.