ଭୁବନେଶ୍ବର ୧୫।୪: ଭୁବନେଶ୍ବରରେ ବ୍ୟାପିଲା ଝାଡ଼ାବାନ୍ତି । କେଉଁ ଉପାନ୍ତ ଅଞ୍ଚଳ ନୁହେଁ ଖୋଦ୍ ରାଜଧାନୀରେ ବ୍ୟାପିଲା ଝାଡ଼ାବାନ୍ତି । ଭୁବନେଶ୍ୱର ୧୩ ନମ୍ବର ଓ୍ବାର୍ଡରେ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କିଛି ଆକ୍ରାନ୍ତ ନୀଳାଦ୍ରି ବିହାର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ସହ କିଛି ଆକ୍ରାନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାଣି ସମ୍ପରୁ ଅପମିଶ୍ରଣ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପାଣି ସମ୍ପ୍ ଭିତରେ କାଦୁଆ, ସିମେଣ୍ଟ ଅଖା, କାଠ ବଲ୍ହା ବାହାରୁଥବା ଲୋକେ ଅଭିଯୋଗ କରିଛନ୍ତି । ଯାହା ଫଳରେ ବହୁ ଦିନ ଧରି ସ୍ଥାନୀୟ ବାସିନ୍ଦା ଅପମିଶ୍ରଣ ପାଣି ପିଇ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ତେବେ ଶହେରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସ୍ୱାସ୍ଥ୍ୟବିଭାଗ ଭ୍ରାମ୍ୟମାଣ ଟିମ୍ ପହଞ୍ଚି ଚିକିତ୍ସା କରିବା ସହ ଆକ୍ରାନ୍ତ ମାନଙ୍କୁ ଔଷଧ ଦେବସହ ଗୁରୁତରଙ୍କୁ ମେଡିକାଲ ପଠାଇଛି । ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଅନୁଧ୍ୟାନ କରୁଛି । ୧୩ ନମ୍ବର ଓ୍ବାର୍ଡ ନୀଳମାଧବ ନିବାସରେ ବ୍ୟାପୁଛି ଝାଡ଼ାବାନ୍ତି । ଘଟଣାସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଅନୁଧ୍ୟାନ କରୁଛି ।
You Can Read:
ଭୁବନେଶ୍ବରରୁ ଅପହୃତ କେଶବ ବାଲେଶ୍ବରରୁ ଉଦ୍ଧାର, ମାଆ କହିଲେ- ରାମ ମୋ ଛୁଆକୁ ଫେରାଇ ଦେଇଛନ୍ତି