ସମ୍ବଲପୁର ୨୭।୭: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ସମ୍ବଲପୁର ଜିଲ୍ଲାପାଳଙ୍କ ଭିସି ଚ୍ୟାମ୍ବରରେ ସମୀକ୍ଷା କରିଛନ୍ତି । ରାଜ୍ୟର ବିଭିନ୍ନ ନଦୀର ସ୍ଥିତି ଉପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପଚାରି ବୁଝିଛନ୍ତି l ପାଣିପାଗ ବିଭାଗର ଆକଳନ ଅନୁସାରେ ମୟୁରଭଞ୍ଜ ଓ କେନ୍ଦୁଝର ଦୁଇଟି ଜିଲ୍ଲା ରେଡ ଆଲର୍ଟରେ ଥିଲା ହେଲେ ତାହା ବର୍ତ୍ତମାନ ବିପଦମୁକ୍ତ ରହିଛି l ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଜଳ ପତ୍ତନ କମିବା ଆରମ୍ଭ ହେଲାଣି । ରିଲିଫ କେନ୍ଦ୍ରରୁ ଲୋକେ ଫେରିବା ଆରମ୍ଭ କଲେଣି l ଏଥର ଏହି ଜିଲ୍ଲା ମାନଙ୍କର କ୍ଷୟକ୍ଷତି ଆକଳନ ହେବ ଓ ଇନ୍ ପୁଟ୍ ସବସିଡି ପ୍ରଦାନ କରାଯିବ ବୋଲି କହିଛନ୍ତି । ସେପଟେ ବୈତରଣୀ ନଦୀର ଜଳ ପତ୍ତନ ମଧ୍ୟ କମିବାରେ ଲାଗିଛି l ସେହିପରି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟ ଲୋକେ ରିଲିଫ କେନ୍ଦ୍ରରୁ ଘରକୁ ଫେରିଲେଣି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି l ଏହା ସହିତ ସବୁ ଜିଲ୍ଲାରେ ରିଲିଫ କେନ୍ଦ୍ର ମାନଙ୍କରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବା ଜାରି ରହିବ ବୋଲି କହିଛନ୍ତି । ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାର ସ୍ଥିତି ଚିନ୍ତାଜନକ ରହିଛି l ବୁଢ଼ାବଳଙ୍ଗ ଓ ଜଳକା ନଦୀ ଉପରେ ନଜର ରହିଛି ଏହାସହ ବାଲେଶ୍ଵର ଜିଲ୍ଲାରେ ବିପଦ ସଂକେତ ଏକ ମିଟର ଉପରେ ପାଣି ପ୍ରବାହିତ ହେବ । ସୋମବାର ଏହି ପାଣି କମିବ ବୋଲି ବାଲେଶ୍ଵର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି ଯେ, ସୂର୍ଯ୍ୟାସ୍ତ ପୂର୍ବରୁ ବନ୍ୟା ପ୍ରଭାବିତ ଆଶଙ୍କା ଥିବା ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ l ମହିଳା ପୁରୁଷଙ୍କୁ ରହିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି l ଆବଶ୍ୟକ ସାପ କାମୁଡ଼ା ଔଷଧ ଓ ପିଇବା ପାଣି, ମେଡିସିନ ଓ ମେଡ଼ିକାଲ ଷ୍ଟାଫ ନିୟୋଜିତ ଅଛନ୍ତି l ସାପ କାମୁଡ଼ାର ୧ ଘଣ୍ଟା ଭିତରେ ଯେମିତି ଔଷଧ ଯୋଗାଇ ହେବ ଔଷଧ ମହଜୁତ ଅଛି । ସେହିପରି କାଉଡ଼ିଆ ମାନେ କିଭଳି ସ୍ୱଚ୍ଛ ପାଣି ପାଇ ପାରିବେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ।
You Can Read:
ପାରିବାରିକ କଳହରୁ ବୀଭତ୍ସ ହତ୍ୟାକାଣ୍ଡ : ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ