କଟକ ୧୫।୧୧: କଟକରେ ପାଳିତ ହୋଇଛି ବିର୍ସା ମୁଣ୍ଡା ଜୟନ୍ତୀ । ଏହି ଜୟନ୍ତୀ ସମାରୋହରେ ସାମିଲ ହୋଇଥିଲେ ଶହ ଶହ ସଂଖ୍ୟକ ଆଦିବାସୀ ଶ୍ରେଣୀର ଲୋକ । ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କଟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିଲେ । ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ ଆଇନ ମନ୍ତ୍ରୀ । ଏହି ସମାରୋହରେ ସାଂସଦ ଭର୍ତ୍ତୃହରି ମହତାବ, ମେୟର ସୁବାସ ସିଂ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଉପସ୍ଥିତ ଥିଲେ । ସମାରୋହ ଶେଷରେ ଆଦିବାସୀ ଜନଜାତିର ଲୋକ ମାନଙ୍କୁ ଆଇନ ମନ୍ତ୍ରୀ ପଟ୍ଟା ବିତରଣ କରିଥିଲେ ।
You Can Read: