୫୮ ବର୍ଷୀୟ ରିୟନ ଓ୍ବେଲ୍ସ ରୁଥ୍ କିଏ ? ଟ୍ରମ୍ପଙ୍କ ଉପରକୁ ଚଳାଇଥିଲେ ଗୁଳି, ୟୁକ୍ରେନ ଯୁଦ୍ଧରେ ଥିଲେ ସାମିଲ୍

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ: ନିର୍ବାଚନୀ ଉଷ୍ମତାରେ ବନ୍ଧୁକର ଗର୍ଜନ । ଡୋନାଲ୍ଡ ଟ୍ରମ୍ପଙ୍କୁ ପୁନଃର୍ବାର ହତ୍ୟା ଉଦ୍ୟମ । AK-47ରେ ଦୁର୍ବୃତ୍ତଙ୍କ ଟାର୍ଗେଟ୍ କିଲିଂ । ପୁଣିଥରେ ଅଳ୍ପକେ ବର୍ତ୍ତିଲେ ରାଷ୍ଟ୍ରପତି ପ୍ରାର୍ଥୀ । ଗୁଇନ୍ଦା ଏଜେନ୍ସି ଦ୍ବାରା ସିନ୍ଦିଗ୍ଧ ଗିରଫ । ସେତେବେଳେ ନିର୍ବାଚନୀ ସାଧାରଣ ସଭାରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳମାଡ଼ ହୋଇଥିଲା । ଏବେ ପୁଣି ଥରେ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ହତ୍ୟା ଉଦ୍ୟମ କରାଯାଇଛି । ଏଥର ଫ୍ଲୋରିଡାର ଓ୍ବେଷ୍ଟ ବିଚ୍ ଗଲ୍‌ଫ କୋର୍ସରେ ଆକ୍ରମଣର ଶିକାର ହୋଇଛନ୍ତି ଟ୍ରମ୍ପ । ମାତ୍ର ଦ୍ବିତୀୟ ଥର ପାଇଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଘଟଣା ଥିଲା କିଛି ଏହି ଭଳି । ସ୍ଥାନୀୟ ସମୟ ରବିବାର ଦିନ ସାଢେ ୧୧ଟା । ଭାରତୀୟ ସମୟ ହେବ ବିଳମ୍ବିତ ରାତି ୨ଟା । ଡୋନାଲ୍ଟ ଟ୍ରମ୍ପ ଓ୍ବେଷ୍ଟ ବିଚ୍ ଗଲ୍‌ଫ କୋର୍ସରେ ଖେଳୁ ଥିବାବେଳେ ବନ୍ଧୁକର ଗର୍ଜନ ଶୁଭିଥିଲା । ଆଉ ଏକ, ଏକେ-47ରେ ସାହାଯ୍ୟରେ ଆମେରିକା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀଙ୍କ ଟାର୍ଗେଟ୍ କରିଥିଲା ଆତତାୟୀ । ତେବେ ଟ୍ରମ୍ପଙ୍କ ଶରୀରକୁ ବୁଲେଟ୍ ଛେଦ କରିବା ପୂର୍ବରୁ ଆମେରିକା ଗୁଇନ୍ଦା ଏଜେନ୍ସିର ସଦସ୍ୟମାନେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିନେଇଥିଲେ । ଫଳରେ ପୁନଃର୍ବାର ବର୍ତ୍ତିଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ରାଷ୍ଟ୍ରପତି ପ୍ରାର୍ଥୀ । ସେପଟେ ସୁରକ୍ଷା ଏଜେନ୍ସି ସନ୍ଦିଗ୍ଧକୁ ଗିରଫ କରି ତା’ ଠାରୁ ମାରଣାସ୍ତ୍ର ଜବତ କରିଛି ।

କିଏ ଏହି ସନ୍ଦିଗ୍ଧ ଦୁର୍ବୃତ୍ତ ? କାହିଁକି ଡୋନାଲ୍ଡ ଟ୍ରମଙ୍କୁ ଟାର୍ଗେଟ୍ କରିଥିଲା ? ନିର୍ବାଚନ ପୂର୍ବରୁ ଥିଲା କି ହତ୍ୟା ଉଦ୍ୟମ ?  ପୂର୍ବରୁ ବି ଏଭଳି ଘଟଣା ଘଟିଛି । ଆମେରିକା ସିକ୍ରେଟ୍ ସର୍ଭିସ୍ ଦ୍ବାରା ଗିରଫ ହୋଇଥିବା ସୁଟର ହେଉଛି ୫୮ ବର୍ଷୀୟ ରିୟାନ ଓ୍ବେଲ୍ସ ରୁଥ୍ । FBI ପଚରାଉଚରା ପରେ ଜାଣିବାକୁ ପାଇଛି, ଓ୍ବେଲ୍ସ ରୁଥ୍ ଉତ୍ତର କୈରେଲିନାର ଗ୍ରୀନ୍ଲବୋରେର ପୂର୍ବତନ କନଷ୍ଟ୍ରକସନ ଶ୍ରମିକ । ପୂର୍ବରୁ ରୁଥଙ୍କର କୌଣସି ଅପରାଧିକ ପୃଷ୍ଠଭୂମି ନାହିଁ । ହେଲେ ସେ ସଶସ୍ତ୍ର ସୀମା ବଳରେ ସାମିଲ ହୋଇ ୟୁକ୍ରେନ ସପକ୍ଷରେ ଯୁଦ୍ଧ କରିବା ପାଇଁ ଲଢ଼େଇରେ ସାମିଲ୍ ହୋଇଥିଲେ । ଏହାଛଡ଼ା ଓ୍ବେଲ୍ସ ରୁଥ୍ ଡେମୋକ୍ରାଟିକ୍ ପାର୍ଟିର ଜଣେ ସମର୍ଥକ । ୨୦୧୯ ନିର୍ବାଚନରେ ସେ ୧୪୦ ଡଲାର ବଦଳରେ ୧୯ଥର ଭୋଟିଂ କରିଥିବା କୁହାଯାଉଛି । ତେବେ ଅଭିଯୁକ୍ତ କାହିଁକି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଥିବା ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସ୍ପଷ୍ଟ ସୂଚନା ନାହିଁ । ଆମେରିକା ଗୁଇନ୍ଦା ଏଜେନ୍ସି ତଦନ୍ତ ଜାରି ରଖିଛି । 


ଆମେରିକାର ଆସନ୍ତା ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ । ଆଉ ଏହି ନିର୍ବାଚନୀ ଉଷ୍ମତା ଭିତରେ ବୁନ୍ଧକର ଗର୍ଜନ ମାହୋଲକୁ ଆହୁରି ଗରମ କରିଛି । ପୂର୍ବରୁ ପେନସିଲଭାନିଆରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ୨୦ ବର୍ଷୀୟ ଥାମସ୍ ମାଥ୍ୟୁ କ୍ରୁକ୍ସ ତାଙ୍କୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ । ଏଭଳି ଦୁଇ ଦୁଇ ଥର ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଏବଂ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଦୁଃଖ ପ୍ରକାଶ କରିଛନ୍ତି । ହାରିସ୍ କହିଛନ୍ତି, ଆମେରିକାରେ ହିଂସାର ସ୍ଥାନ ନାହିଁ । ଦୋଷୀଙ୍କୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.