ନୂଆଦିଲ୍ଲୀ ୧୮/୧୦: ଦିନେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟର ଥିଲେ ସାରଥୀ । ହ୍ୱାଇଟ ହାଉସରେ ପହଞ୍ଚାଇବାକୁ କରିଥିଲେ କଠିନ ପରିଶ୍ରମ । ଏବେ ସମ୍ଭାଳିବେ ଦେଶର ବଡ ବଡ ଦାୟିତ୍ୱ । ପ୍ରତି ମୁହଁରେ ଏବେ ସେହି ମହିୟସୀଙ୍କ ନା । ଟେସଲା ସିଇଓ ଏଲୋନ୍ ମସ୍କ ଠାରୁ ରୋବର୍ଟ ଏଫ୍ ପର୍ଯ୍ୟନ୍ତ। କେନେଡି ଜୁର୍ ଏବଂ ହଲ୍କ ହୋଗାନ୍ । ଏମାନଙ୍କ କଥା ଛାଡନ୍ତୁ ପଛରେ ନାହଁନ୍ତି ମହିଳା । ଟ୍ରମ୍ପଙ୍କ ଶାସନରେ ଭାର ସମ୍ଭାଳିବେ ମହିଳା ବ୍ରିଗେଡ । ହେଲେ ଟ୍ରମ୍ପ ୨.୦ରେ କିଏ ଏହି ୪ ଓ୍ୱଣ୍ଡର ଓ୍ୱିମେନ । କଣ ତାଙ୍କର ପରିଚୟ ।
ହାୱାଇର ପୂର୍ବତନ ସାଂସଦ ତୁଲସୀ ଗାବାର୍ଡ । ଆମେରିକାର ପ୍ରଥମ ହିନ୍ଦୁ ସାଂସଦଙ୍କୁ ଟ୍ରମ୍ପ ଦେଇଛନ୍ତି ଗୁରୁ ଦାୟିତ୍ୱ । ଜାତୀୟ ଗୁପ୍ତଚର ବିଭାଗର ନିର୍ଦ୍ଦେଶକ ଭାବେ ମିଳିଛି ନିଯୁକ୍ତ । ଡେମୋକ୍ରାଟିକ୍ ପାର୍ଟିରୁ ରିପବ୍ଲିକାନ୍ ପାର୍ଟିରେ ମିଶିଥିବା ତୁଲସୀ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ କରିଥିଲେ ସମର୍ଥନ । ୨୦୨୨ ରେ ଡେମୋକ୍ରାଟିକ୍ ଛାଡି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ସେ । କିନ୍ତୁ ପରେ କୌଣସି କାରଣରୁ ଏହି ଦୌଡରୁ ପଡିଥିଲେ ବାଦ୍ । ଗର୍ବୀତ ହିନ୍ଦୁ ଭାବେ ପାକିସ୍ତାନ ଓ ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନିନ୍ଦା କରନ୍ତି । ଗୁପ୍ତଚର ପ୍ରସଙ୍ଗରେ ହ୍ୱାଇଟ ହାଉସର ପରାମର୍ଶଦାତା ହେବେ । ଆହୁରି ବି ଆମେରିକାର ୧୮ଟି ଗୁପ୍ତଚର ଏଜେନ୍ସିର କାର୍ଯ୍ୟକାରିତା ଉପରେ ବି କରିବେ ତଦାରଖ ।
ମିଳିତ ଜାତିସଂଘରେ ଆମେରିକାର ନୂଆ ରାଷ୍ଟ୍ରଦୂତ । ନ୍ୟୁୟର୍କର ସିନେଟର ଏଲିସ୍ ଷ୍ଟେଫାନିକଙ୍କୁ ସିଲେକ୍ଟ କରିଛନ୍ତି ଟ୍ରମ୍ପ । କହିବାକୁ ଗଲେ ଟ୍ରମ୍ପଙ୍କ ଜଣେ ଦୃଢ ସମର୍ଥକ ଏଲିସ୍ ଷ୍ଟେଫାନିକ୍ । ହାର୍ଭାର୍ଡ ଛାତ୍ରୀ ଏଲିସ୍ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶଙ୍କ ପ୍ରଶାସନରେ ବି କରିଛନ୍ତି କାର୍ଯ୍ୟ । ନିର୍ବାଚନ ସମୟରେ ଟ୍ରମ୍ପ ତାଙ୍କୁ ଆମେରିକାର ଫାଷ୍ଟ ଫାଇଟରର ଦେଇଥିଲେ ଆଖ୍ୟା । ୨୦୧୯ରେ ମହାଭିଯୋଗ ସମୟରେ ସେ ଥିଲେ ଟ୍ରମ୍ପଙ୍କ ପ୍ରତି ବିଶ୍ୱସ୍ତ । ସେ ମଧ୍ୟ ଥିଲେ ଇସ୍ରାଏଲର ଜଣେ ସମର୍ଥକ।
ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍ର ଆଉ ଜଣେ ଓ୍ୱଣ୍ଡର ଓ୍ୱିମେନ କ୍ରିଷ୍ଟି ନୋଏମ୍। କାର୍ଯ୍ୟକାଳ ମଧ୍ୟରେ ଡାକୋଟା ରାଜ୍ୟପାଳ କ୍ରିଷ୍ଟିଙ୍କୁ ଗୃହ ସୁରକ୍ଷା ମନ୍ତ୍ରୀ ଭାବେ ଦେଇଥିଲେ ନିଯୁକ୍ତି । ୨୦୧୮ରେ ପ୍ରଥମ ଥର ପାଇଁ ଦକ୍ଷିଣ ଡାକୋଟାର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ । ସେହି ବର୍ଷ ନିର୍ବାଚନରେ ପାଇଥିଲେ ତତ୍କାଳୀନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମର୍ଥନ । ନିଜର ଧାକ୍କଡ ଷ୍ଟାଇଲ୍ ପାଇଁ ଜଣାଶୁଣା । ସୀମା ସୁରକ୍ଷା, ସାଇବର ଧମକ, ଆତଙ୍କବାଦ ସହିତ ମୁକାବିଲା କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଗୃହ ସୁରକ୍ଷା ବିଭାଗରେ ନୋମ ଟମ ହୋମନଙ୍କ ସହ କାମ କରିବେ ।
ଟ୍ରମ୍ପଙ୍କ ୨.୦ କାର୍ଯ୍ୟକାଳ ମଧ୍ୟରେ, ସୁସି ଓ୍ୱିଲ୍ସଙ୍କ ଉପରେ ଗୁରୁ ଦାୟିତ୍ୱ । ବେଶ୍ ମୁଖ୍ୟ ତଥା ପ୍ରମୁଖ ପଦବୀ ପାଇଁ ମନୋନୀତ । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ହେବେ ହ୍ୱାଇଟ୍ ହାଉସ୍ ଚିଫ୍ ଅଫ୍ ଷ୍ଟାଫ୍ । ସୁସିଙ୍କୁ ନିଯୁକ୍ତ ଦେଇ ଟ୍ରମ୍ପ ମହିଳାଙ୍କ ପାଇଁ ସୃଷ୍ଟି କରିଛନ୍ତି ବଡ଼ ବାର୍ତ୍ତା । ସୁସିଙ୍କ ବିଷୟରେ ଟ୍ରମ୍ପ କହିଛନ୍ତି ଯେ ମୋତେ ଆମେରିକାର ଇତିହାସ ବଦଳାଇବାରେ ତାଙ୍କର ରହିଛି ବଡ ଅବଦାନ ।
୨୦୧୬ ଓ ୨୦୨୦ ରେ ମୋର ସଫଳ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ । ପରିଶ୍ରମୀ, ସ୍ମାର୍ଟ ସହ ବେଶ ଦକ୍ଷତାବାନ । ଆମେରିକାକୁ ପୁଣିଥରେ ମହାନ କରିବା ପାଇଁ ଜାରି ରଖିବେ ନିରନ୍ତର ପରିଶ୍ରମ । ଯୁକ୍ତରାଷ୍ଟ୍ରର ଇତିହାସରେ ସୁସି ପ୍ରଥମ ମହିଳା ମୁଖ୍ୟ ଭାବେ କାର୍ଯ୍ୟ କରିବା ଏକ ସମ୍ମାନଜନକ ନିଶ୍ଚୟ ।