ସୁବର୍ଣ୍ଣପୁର ୮।୧୧: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ମୁଖ୍ୟ ଦ୍ଵାର ତାଲା କାଟି ଦୁଇଟି ହୁଣ୍ଡି ଚୋରି କରିନେଲେ ଦୁର୍ବୃତ୍ତ । ଏନେଇ ମନ୍ଦିର କମିଟି ତରଫରୁ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସର ତଦନ୍ତ ଆରମ୍ଭ କରିଛି ।
{"id":867408,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ମନ୍ଦିରରେ ତାଲା ଦେଇ ପୂଜକ ଘରକୁ ଯାଇଥିଲେ । ତେବେ ବୁଧବାର ଭୋରରୁ ମନ୍ଦିର ଦ୍ବାର ଖୋଲିବା ପାଇଁ ପୂଜକ ବିଶ୍ଵାମିତ୍ର ଚାନ୍ଦ ଆସି ଦେଖିଲା ବେଳକୁ ସିଂହଦ୍ୱାର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯାଇ ଦେଖିଲା ବେଳକୁ ଦୁଇ ହୁଣ୍ଡି ନଥିଲା । ଏନେଇ ସେ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ । ପରେ ସଭାପତି ବିଷ୍ଣୁ ଚରଣ ପଣ୍ଡା ଓ ସମ୍ପାଦକ ଶମ୍ଭୁ ପ୍ରସାଦ ହୋତା ଘଟଣାସ୍ଥଳକୁ ଆସି ଦେଖିବା ପରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
You Can Read :