ମୁମ୍ଵାଇ ୧୭।୦୧; ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ। ତାଙ୍କୁ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ହୋଇଥିଲା । ଚିକିତ୍ସା ପରେ ଏବେ ସେ ବିପଦମୁକ୍ତ ଅଛନ୍ତି। ତାଙ୍କ ଶରୀରରେ ମୋଟ ଛଅଟି କ୍ଷତ ହୋଇଛି। ଯେଉଁଥିରୁ ଦୁଇଟି ଗଭୀର ଆଘାତ ଲାଗିଛି। ଯେଉଁ ସମୟରେ ଅଭିନେତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଥିଲେ। ତେବେ ୨୪ଘଣ୍ଟିଆ କଡା ସୁରକ୍ଷା ସତ୍ତ୍ୱେ ତାଙ୍କୁ କିପରି ମାରଣାତ୍ମକ ଆକ୍ରମଣ ହେଲା ଏନେଇ ଉଠୁଛି ପ୍ରଶ୍ନ । ତେବେ ବାନ୍ଦ୍ରାଘର ସହିତ ତାଙ୍କର ଏକ ବିଳାସପୂର୍ଣ୍ଣ ପ୍ୟାଲେସ ରହିଛି। ଯେଉଁଥିରେ ୧୫୦ଟି କଠୋରୀ ଅଛି। ଜାଣନ୍ତୁ ସୈଫଙ୍କ ବିଳାସପୂର୍ଣ୍ଣ ଘର ବିଷୟରେ…
ସୈଫ ଅଲ୍ଲୀ ଖାନଙ୍କର ଏକ ପଟୌଦି ପ୍ୟାଲେସ ଅଛି। ଅନେକ ଲୋକ ଭାବନ୍ତି ଯେ ପଟୌଦି ପ୍ୟାଲେସ ମୁମ୍ବାଇରେ ଅଛି। କିନ୍ତୁ ନା ପଟୌଦି ପ୍ୟାଲେସ ହରିୟାଣାରେ ଅଛି। ଅଭିନେତାଙ୍କ ଏହି ଘର କୌଣସି ରାଜପ୍ରାସାଦଠାରୁ କମ ନୁହେଁ । ଏହି ପ୍ୟାଲେସର ମୂଲ୍ୟ ୮୦୦କୋଟି ଟଙ୍କା।
ପଟୌଦି ପ୍ୟାଲେସ ୧୦ ଏକର ଜମିରେ ବିସ୍ତୃତ । ଏଥିରେ ସମସ୍ତ ପ୍ରକାରର ସୁବିଧା ରହିଛି। ପ୍ୟାଲେସର ଗଠନ ମଧ୍ୟ ବହୁତ ସ୍ବତନ୍ତ୍ର। ଏହି ଶହ ଶହ ବର୍ଷ ପୁରୁଣା ପ୍ରାସାଦରେ ମୋଗଲ ସ୍ଥାପତ୍ୟ ମଧ୍ୟ ରହିଛି। ଏହି ଘରେ ପଟୌଦି ପରିବାର ରହୁଥିଲେ। ସୈଫ ଆଜି ବି ମଧ୍ୟ, ତାଙ୍କ ପରିବାର ସହିତ ପ୍ରାୟତଃ ଏହି ଘରକୁ କାର୍ଯ୍ୟକ୍ରମ ପାଇଁ ଯାଆନ୍ତି।
ପଟୌଦି ପ୍ରାସାଦର ର୍ନିମାଣ କାର୍ଯ୍ୟ ୧୯୦୦ ମସିହାରେ ଆରମ୍ଭ ହୋଇଥିଲା। ଏହାକୁ ବ୍ରିଟିଶ ସ୍ଥପତି ରବର୍ଟ ଟୋର ରସେଲ ଏବଂ ଅଷ୍ଟ୍ରେଲୀୟ ସ୍ଥପତି କାର୍ଲ ମୋଲଜ ଭନ ହାଇଞ୍ଜଙ୍କ ଦ୍ୱାରା ଡିଜାଇନ କରାଯାଇଥିଲା
ଏହି ବିଳାସପୂର୍ଣ୍ଣ ପ୍ରାସାଦରେ ୧-୨ ନୁହେଁ ବରଂ ୧୫୦ଟି କୋଠରୀ ଅଛି। ଏଥିସହ ୭ଟି ବେଡରୁମ, ୭ଟି ଡ୍ରେସିଂ ରୁମ ରହିଛି। ଏହି ପ୍ରାସାଦରେ ଅନେକ ଫିଲ୍ମ ସୁଟିଂ ମଧ୍ୟ ହୋଇଛି।, ବୀର ଜାରା ଏବଂ ଆନିମଲ ଭଳି ଅନେକ ଫିଲ୍ମର ମଧ୍ୟ ସୁଟିଂ ହୋଇସାରିଛି। ସୈଫ ନିଜେ କହିଥିଲେ ଯେ ତାଙ୍କ ପ୍ରାସାଦ ବହୁତ ରାଜକୀୟ। ଏଠାରେ ଯିଏ ଠିଆ ହେବ ସେ ରାଜକୀୟ ଦେଖାଯିବ।
ତୈମୁର ଅଲ୍ଲୀ ଖାନଙ୍କ ପ୍ରଥମ ଜନ୍ମଦିନ ପାର୍ଟି ହେଉ କିମ୍ବା କରିନାଙ୍କ ଜନ୍ମଦିନ, ସମ୍ପୂର୍ଣ୍ଣ ପରିବାର ପ୍ରାୟତଃ ଏହି ମହଲରେ ଏକାଠି ସମୟ ବିତାଇଥାନ୍ତି। ପଟୌଦି ପ୍ୟାଲେସର ଅନେକ ଫଟୋ ସାମ୍ନାକୁ ଆସିଛି। ପ୍ରତ୍ୟେକ ଫଟୋରେ, ଘରର ପ୍ରତ୍ୟେକ କୋଣ ବହୁତ ସୁନ୍ଦର ଦେଖାଯାଉଛି। ସୈଫ-କରୀନା ନିଜେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଫଟୋ ସେୟାର କରିଛନ୍ତି।
ଏକ କୋଟି ଟଙ୍କା ମାଗିଥିଲା ଦୁର୍ବୃତ୍ତ: ସୈଫ୍ଙ୍କ ସହ ଠେଲାପେଲା ପରେ ୬ ଟି ଜାଗାକୁ ଛୁରାମାଡ଼ କରିଛି