ମୁମ୍ୱାଇ ୧୭/୦୧: ସପ୍ତାହେ ରହିବେ ବେଡ ରେଷ୍ଟରେ । ସ୍ୱତନ୍ତ୍ର ଓ୍ୱାର୍ଡରେ ଚାଲିଛି ଚିକିତ୍ସା । ଡାକ୍ତର ଜାରି କଲେ ହେଲ୍ଥ ଅପ୍ଡେଟ୍ । ଏପଟେ ସିସିଟିଭି ଆଧାରରେ ଚିହ୍ନଟ ହୋଇଛି ଜଣେ ଅଭିଯୁକ୍ତ । ତେବେ ସେ ପ୍ରକୃତ ଅଭିଯୁକ୍ତ କି ନା ସେ ସ୍ପଷ୍ଟ ସୂଚନା ନାହିଁ । ତଥାପି ଚାଲିଛି ଇନ୍ଭେଷ୍ଟିଗେସନ । ଏନକାଉଣ୍ଟର ସ୍ପେଶାଲିଷ୍ଟ ଦୟା ନାୟକଙ୍କ ହାତରେ ତଦନ୍ତ ଭାର । ସବୁ ଦିଗରୁ ଚାଲିଛି ତନାଘନା । ସେପଟେ ଲୀଲାବତୀ ହସ୍ପିଟାଲରେ ସୈଫଙ୍କ ପରିବାର । ଜୁନିୟର ପଟୌଦୀଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ସଭିଏଁ ।
ସିଂଘମ ଷ୍ଟାଇଲରେ ଥିଲା ସୈଫଙ୍କ ଏଣ୍ଟ୍ରି । ସାଙ୍ଗରେ ଥିଲେ ୬-୭ ବର୍ଷର କୁନି ପୁଅ ତୈମୁର । ରକ୍ତ ଜୁଡୁବୁଡୁ ଶରୀର, ସାର୍ଟରେ ଥିଲା ରକ୍ତର ଛିଟା । ରିଅଲ ହିରୋ ଭଳି ହସ୍ପିଟାଲ ଆସିଥିଲେ ମିଷ୍ଟର ଖାନ୍ । ଯେମିତି ଫିଲ୍ମରେ ଚକୋଲେଟ ହିରୋ ଭଳି ଏଣ୍ଟ୍ରି କରନ୍ତି । ଠିକ୍ ସେମିତି ଚିକିତ୍ସା ଲାଗି ହସ୍ଟିଟାଲ ଆସିଥିଲେ ସେ । ଏକଥା ଆମେ କହୁନୁ ବରଂ ଖୁଲାସା କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଡାକ୍ତରଙ୍କ କହିବା କଥା ତାଙ୍କ ମୁହଁରେ ନଥିଲା ଟିକିଏ ହେଲେ ଚିନ୍ତା । ଏତେ ବଡ ଅଘଟଣ ପରେ ବି ଟିକିଏ ହେଲେ ଭୟଭୀତ ନଥିଲେ ସୈଫ । ନିର୍ଭିକ ଅନ୍ଦାଜରେ ଗୋଟି ଗୋଟି ବଖାଣିଥିଲେ ରକ୍ତରଞ୍ଜିତ ରାତିର ଦୃଶ୍ୟ । ଏହା ପରେ ଚାଲିଥିଲା ଟ୍ରିଟ୍ମେଣ୍ଟ । ଦୀର୍ଘ ସମୟର ଅସ୍ତ୍ରୋପଚାର ପରେ ସେ ଏବେ ବିପଦ ମୁକ୍ତ ।
ସେପଟେ ଘଟଣା ଉପରୁ ହଟିପାରୁନି ସସ୍ପେନ୍ସ । ସିସିଟିଭି ଆଧାରରେ ଜଣେ ସନ୍ଦୀଗ୍ଧ ଚିହ୍ନଟ । କାରଣ ଫୁଟେଜର ଫଟୋର ରହୁନି ତାଳମେଳ୍। ତଥାପି ସନ୍ଦେହ ଆଧାରରେ ଚାଲିଛି ତନାଘନା । କାରଣ ଧରାପଡିଥିବା ଅଭିଯୁକ୍ତ ନାଁ ରେ ପୂର୍ବରୁ ବି ରହିଛି ମାମଲା । ଅଭିଯୁକ୍ତର ଏଣ୍ଟ୍ରି ଓ ବାହାରିବା ସମୟରେ ବି ହସ୍ତଗତ । ରାତି ୧.୩୭ରେ ବିଲ୍ଡିଂରେ ପଶିଥିଲା ଦୁର୍ବୃତ୍ତ ।
ଆଉ ଫେରିବାର ସମୟ ହେଉଛି ୨.୩୩ । ଯାହାକି ପୋଲିସ ପାଇଁ ବଡ ସୁରାକ୍ । ଅଭିଯୁକ୍ତଙ୍କୁ ସ୍ଥାନୀୟ ଥାନାରେ ରଖି ଜେରା କରୁଛି ପୋଲସ । ତେବେ ଆହୁରି ଗୋଟିଏ ପ୍ରଶ୍ନ ହେଉଛି ଏଣ୍ଟ୍ରି ସମୟରେ ଢାଙ୍କି ହୋଇଥିଲା ଅଭିଯୁକ୍ତର ମୁହଁ । କିନ୍ତୁ ଓହ୍ଲାଇବା ସମୟରେ ଡ୍ରେସ୍ ଚେଞ୍ଜ ଆଉ ସ୍ପଷ୍ଟ ଦିଶୁଥିଲା ମୁହଁ । ପ୍ରକୃତରେ ଉଦ୍ଦେଶ୍ୟ ଥିଲା କଣ । ଚୋରୀ ନା ହତ୍ୟା ଉଦ୍ୟମ ତାହା ବି ସନ୍ଦେହ ଘେରରେ ।