MUDA ମନିଲଣ୍ଡ୍ରିଂ ମାମଲା: ସିଦ୍ଦରମୈୟାଙ୍କ ୩୦୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କଲା ED

Published By : Prameya-News7 Bureau | January 17, 2025 IST

ବେଙ୍ଗାଲୁରୁ ୧୭।୧: ମୟସୁର ଡେଭଲପମେଣ୍ଟ ଅଥରିଟି (ଏମୟୁଡିଏ) ମନିଲଣ୍ଡ୍ରିଂ ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ ସିଦ୍ଦରମୈୟାଙ୍କ ୩୦୦ କୋଟି ଟଙ୍କାର ଅଚଳ ସମ୍ପତ୍ତି ଜବତ କରାଯାଇଛି। ଇଡି ତାଙ୍କର ୧୪୦ରୁ ଅଧିକ ସମ୍ପତ୍ତି କୋରଖ କରିଛି। ସଂଘୀୟ ଯାଞ୍ଚ ଏଜେନ୍ସୀ ଶୁକ୍ରବାର ଏହି ସୂଚନା ଦେଇଛି। ଜବତ କରାଯାଇଥିବା ସମ୍ପତ୍ତି ବିଭିନ୍ନ ଲୋକଙ୍କ ନାମରେ ପଞ୍ଜିକୃତ, ଯେଉଁମାନେ ରିୟଲ ଇଷ୍ଟେଟ ବ୍ୟବସାୟୀ ଓ ଏଜେଣ୍ଟ ରୂପେ କାମ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ଏମୟୁଡିଏ ଦ୍ୱାରା ଅଧିଗୃହୀତ ପାଖାପାଖି ୩ ଏକର ଜମି ବଦଳେ ତାଙ୍କ ପତ୍ନୀ ବି.ଏମ.ପାର୍ବତୀଙ୍କ ନାମରେ ୧୪ଟି ସାଇଟରେ କ୍ଷତିପୂରଣ ପ୍ରଦାନ ନିମନ୍ତେ ସେ ତାଙ୍କ ରାଜନୈତିକ ପ୍ରଭାବର ଉପଯୋଗ କରିଛନ୍ତି। ଏହି ଭୂମିକୁ ଏମୟୁଡିଏ ମୂଳରୂପେ ୩ଲକ୍ଷ ୨୪ ହଜାର ୭୦୦ ଟଙ୍କାରେ ଅଧିଗୃହୀତ କରିଥିଲା। 

ତେବେ ଏହା ବଦଳେ ବି.ଏମ.ପାର୍ବତୀଙ୍କ ନାମରେ ମୂଲ୍ୟବାନ ସ୍ଥଳରେ ୧୪ଟି ସାଇଟ୍ ରୂପେ ୫୬ କୋଟି ଟଙ୍କାର କ୍ଷତିପୁରଣ ଅସୁଲ କରାଯାଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ପାର୍ବତୀଙ୍କୁ କ୍ଷତିପୂରଣ ସ୍ଥଳର ଅବୈଧ ବଣ୍ଟନରେ ପୂର୍ବତନ ଏମୟୁଡିଏ କମିଶନର ଡି.ବି. ନଟେଶ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଏହି ଜମି ଅନିୟମିତତା ମାମଲାର ପୁରା ତଦନ୍ତ ଏବେ ଇଡି କରୁଛନ୍ତି। ଏହି କ୍ରମରେ ସିଦ୍ଦରମୈୟାଙ୍କ ୩୦୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.