ସୈଫଙ୍କ ଛୁରା ମାଡ ଘଟଣାରେ ବିବ୍ରତ ହୋଇପଡିଲେ ତୈମୁରଙ୍କ ଏକ୍ସ ଆୟା, କହିଲେ-ପିଲାମାନେ ଡରି ଯାଇଥିବେ

Published By : Prameya-News7 Bureau | January 17, 2025 IST

ମୁମ୍ଵାଇ ୧୭।୦୧;  ସୈଫ୍‌ଙ୍କ ଛୁରାମାଡ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବଲିଉଡ ଜଗତର ସମସ୍ତେ ସୈଫ ଅଲି ଖାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଏହି ଘଟଣାରେ ସୁରକ୍ଷା ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । କରୀନା କପୁରଙ୍କ ବଡ ପୁଅ ତୈମୁରଙ୍କ ପୂର୍ବତନ ଆୟା ଲଲିତା ଡି’ସିଲଭା। ସୈଫଙ୍କ ଛୁରାମାଡା ଘଟଣାକୁ ନେଇ ସେ ବିବ୍ରତ ହୋଇପଡିଛନ୍ତି । 

ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।ସୈଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରି ସେ କହିଛନ୍ତି ଯେ ଏହି ଘଟଣାରେ ପିଲାମାନେ ନିଶ୍ଚୟ ଭୟଭୀତ ହୋଇଯାଇଥିବେ।  ଲଳିତା ଡି’ସିଲଭା କରୀନା କପୁରଙ୍କ ଘରେ ଦୀର୍ଘ ବର୍ଷ ଧରି କାମ କରିଛନ୍ତି। ସେ ହିଁ ତୈମୁରଙ୍କ ଯତ୍ନ ନେଉଥିଲେ। ପରବର୍ତ୍ତି ସମୟରେ ସେ ଜେହଙ୍କର ବି ଆୟା ଥିଲେ।

ବର୍ତ୍ତମାନ ସେ ସୈଫ୍‌ ଅଲି ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ସାକ୍ଷାତକାର ଦେଇଥିଲେ ।  ଅଭିନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଚିନ୍ତା ପ୍ରକଟ କରିଥିଲେ।

ଲଲିତା ଡି’ସିଲଭା କହିଛନ୍ତି, "ଏହି ସମୟରେ ମୁଁ ବହୁତ ଖରାପ ଅନୁଭବ କରୁଛି। ମୁଁ କଳ୍ପନା ମଧ୍ୟ କରିପାରୁ ନାହିଁ ଯେ ସେହି ସମୟରେ ଜେହ ଏବଂ ତୈମୁର କେତେ ଡରିଯାଇଥିବେ । ତାଙ୍କ ଉପରେ କଣ ପ୍ରଭାବ ପଡିଥିବ । ଜେହ ବହୁତ ଛୋଟ ଅଛନ୍ତି। ଉଭୟେ ନିଶ୍ଚୟ ଭୟଭୀତ ହୋଇଥିବେ। "

ଲଲିତା ଏହା ମଧ୍ୟ କହିଛନ୍ତି, "ମୁଁ ଚାହୁଁଛି ଯେ ଏହି ଘଟଣାରେ ଦୋଷୀଙ୍କୁ ଅଧିକ ଦଣ୍ଡ ଦିଆଯାଉ। ମୁଁ ଏପର୍ଯ୍ୟନ୍ତ କାହା ସହ କଥା ହୋଇ ନାହିଁ। କିନ୍ତୁ ମୁଁ ପ୍ରାର୍ଥନା କରୁଛି ଯେ ସମସ୍ତେ ନିରାପଦରେ ରୁହନ୍ତୁ।"

କହିବାକୁ ଗଲେ ଗୁରୁବାର ରାତିରେ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ସୈଫ ଅଲି ଖାନଙ୍କ ଘରେ ପ୍ରବେଶ କରିଥିଲେ। ଯିଏ ଅଭିନେତାଙ୍କୁ ଛୁରୀରେ ଅନେକ ଥର ଆକ୍ରମଣ କରିଥିଲେ । ଚୋର ସୈଫ ଅଲି ଖାନଙ୍କ ଠାରୁ ୧ କୋଟି ଟଙ୍କା ମାଗିଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.