ମୁମ୍ୱାଇ ୧୬/୦୧: ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ । ଚୋରି କରିବାକୁ ଆସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା । ଅଭିଯୁକ୍ତ ଚିହ୍ନଟ ହୋଇଥିବା ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା । 'ସିସିଟିଭି ଆଧାରରେ ଚିହ୍ନଟ କରାଯାଇଛି, ଜଣେ ହିଁ ଅଭିଯୁକ୍ତ' । ତେବେ ଆପାର୍ଟମେଣ୍ଟରେ ସିଢ଼ି ଦେଇ ସୈଫ୍ଙ୍କ ଘରେ ପଶିଥିବା କହିଛି ପୋଲିସ ।
ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ପରେ ବି-ଟାଉନ୍ ଇଣ୍ଡଷ୍ଟ୍ରିରେ ହଇଚଇ । ବୁଧବାର ରାତି ସାଢେ ୨ଟା ସମୟରେ ଅଭିନେତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସେ ଆହତ ହୋଇଥିଲେ । ପ୍ରାଥମିକ ସୂଚନାରୁ, ଅଭିନେତାଙ୍କ ଘରେ ଚୋର ପଶି ତାଙ୍କୁ ଆକ୍ରମଣ କରିଥିଲା।
ଅଭିନେତା ଏବଂ ଚୋରଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଧସ୍ତାଧସ୍ତି ହୋଇଥିଲା । ଯାହା ପରେ ସୈଫଙ୍କୁ ଛୁରାମାଡ଼ କରାଯାଇଥିଲା । ବର୍ତ୍ତମାନ ଅଭିନେତା ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସୈଫ ଅଲ୍ଲୀ ଖାନ ବିପଦ ମୁକ୍ତ ଥିବା କହିଛନ୍ତି ଡାକ୍ତର । କହିବାକୁ ଗଲେ ସୈଫ୍ ତାଙ୍କ ପରିବାର ସହିତ ମୁମ୍ବାଇର ବାନ୍ଦ୍ରାରେ ରୁହନ୍ତି । ତାଙ୍କର ଆପାର୍ଟମେଣ୍ଟରେ ରୁହନ୍ତି । ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଚୋର ସୈଫଙ୍କ ଘରେ କିପରି ପ୍ରବେଶ କଲା?
ଚୋର ଘରେ କିପରି ପଶିଲା?
ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ଡିସିପି ଦୀକ୍ଷିତ ଗେଡାମ କହିଛନ୍ତି ଯେ ସେ ଭୋର ପ୍ରାୟ ୩ଟାରେ ସୂଚନା ପାଇଥିଲେ ଯେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ କରାଯାଇଛି । ବର୍ତ୍ତମାନ ସୈଫ୍ ହସ୍ପିଟାଲରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଅଭିନେତା ଜଣକ ଏବେ ବିପଦମୁକ୍ତ ଅଛନ୍ତି । ପୋଲିସ ଅଭିନେତାଙ୍କ ସହ କଥା ହୋଇନାହିଁ। ଏହି ଆକ୍ରମଣରେ ସୈଫ ଅଲ୍ଲୀ ଖାନଙ୍କ ଘରେ କାମ କରୁଥିବା ମହିଳା କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।
ସୈଫଙ୍କ ଆଟାକ୍ ସବୁଠୁ ବଡ଼ ପ୍ରଶ୍ନ?
ସୂଚନା ଅନୁଯାୟୀ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ୍ ସୈଫ୍ ଅଲ୍ଲୀ ଖାନଙ୍କ ଘରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ପୋଲିସ ଷ୍ଟେସନକୁ ନେଇଯାଇଛି । ତାଙ୍କୁ ଏଠାରେ ପଚରାଉଚରା କରାଯାଉଛି। ଯେତେବେଳେ ଅଜଣା ବ୍ୟକ୍ତି ଜଣକ ଘରେ ପ୍ରବେଶ କଲେ, ମହିଳା କର୍ମଚାରୀ ତାଙ୍କୁ ଦେଖି ଚିତ୍କାର କରିବାକୁ ଲାଗିଲେ । ଏହା ପରେ ସେହି ସମୟରେ ଘରେ ଉପସ୍ଥିତ ଥିବା ସୈଫ ଅଲ୍ଲୀ ଖାନ ତାଙ୍କ ପାଖକୁ ଆସିଥିଲେ । ଏହା ପରେ, ହାତାହାତି ଆରମ୍ଭ ହୋଇଥିଲା ଏବଂ ମହିଳା କର୍ମଚାରୀଙ୍କ ହାତରେ ଆଘାତ ଲାଗିଥିଲା ।
ସିସିଟିଭି ଫୁଟେଜ ଆଧାରରେ ଜଣେ ଅଭିଯୁକ୍ତ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ଜଣଙ୍କ ମୁଖ୍ୟ ଫାଟକ ଦେଇ କେହି ଭିତରକୁ ପ୍ରବେଶ କରିଥିଲା । ଘଟଣା ଘଟିବା ସମୟରେ ସୈଫ୍, କରୀନା ଏବଂ ସେମାନଙ୍କର ଦୁଇ ପିଲା ଘରେ ଥିଲେ । ଆକ୍ରମଣ ପରେ, ସୈଫ୍ ଅଲ୍ଲୀ ଖାନଙ୍କ ଘରୁ ପୋଲିସକୁ କଲ୍ ଯାଇଥିଲା ।
ମୁମ୍ବାଇ ପୋଲିସ କହିଛି ଯେ ସେମାନେ ଘଟଣାର ଦୁଇ ଘଣ୍ଟା ପୂର୍ବର ସିସିଟିଭି ଫୁଟେଜ୍ ଦେଖାଯାଇଛି । ଫୁଟେଜରେ କେହି ଭିତରକୁ ଯାଉଥିବାର ଦେଖାଯାଉନାହିଁ । ଏପରି ପରିସ୍ଥିତିରେ, ପୋଲିସ ସନ୍ଦେହ କରୁଛି ଯେ ଆକ୍ରମଣକାରୀ ଭିତରେ ଥିଲେ । ମୁମ୍ବାଇ ପୋଲିସ ଟିମ୍ ସୈଫ ଅଲ୍ଲୀ ଖାନଙ୍କ ଘରେ ପହଞ୍ଚି ସବୁ ଦୃଷ୍ଟିକୋଣରୁ ତଦନ୍ତ କରୁଛି। ଅଭିନେତାଙ୍କ ଘରର ପାଞ୍ଚ ଜଣ କର୍ମଚାରୀଙ୍କୁ ପଚରାଉଚରା କରୁଛିି ।