ଜାତୀୟ ଶିକ୍ଷାନୀତି ପାଇଁ କମିଟି ଗଠନ, ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଅଧ୍ୟକ୍ଷ

Published By : Prameya-News7 Bureau | January 16, 2025 IST

ଭୁବନେଶ୍ୱର ୧୬।୦୧ : ଜାତୀୟ ଶିକ୍ଷାନୀତି ପାଇଁ କମିଟି ଗଠନ । ନ୍ୟାସନାଲ ଏଜୁକେସନାଲ ପଲିସି କାର୍ଯ୍ୟକାରୀ କରିବାକୁ ୧୭ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର । ଏହି କମିଟିର ଅଧକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ନିଯୁକ୍ତ କରାଯାଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦। ନୂତନ ଶିକ୍ଷା ନୀତି ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସରଳୀକରଣ ହେବ । ପ୍ରାଥମିକ ସ୍ତରରେ ପିଲାଙ୍କ ଶିକ୍ଷାର ଭିତ୍ତିଭୂମି ଠିକ୍‌ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର । ଏଥିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ସେହିପରି ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯାଉଛି । ବିଶେଷ କିର ଓଡିଆ ଭାଷା କଳା ଓ ସଂସ୍କୃତିକୁ ବି ଏଥିରେ ପ୍ରଚାର ପ୍ରସାର କରାଯାଉଛି । ତେବେ NEP ଲାଗୁ ହେଲେ ଜିରୋ ଡ୍ରପ ଆଉଟ୍‌ ହେବ । ଗୁଣାତ୍ମକ ଶିକ୍ଷା ବି ମିଳିପାରିବ । ସେଥିପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି । ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି । ନବମ ଓ ଏକାଦଶ ଶ୍ରେଣୀରେ ପିଲାମାନେ ନାମ ଲେଖାଇଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ପିଏମ୍‌ଶ୍ରୀ ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇ ଓଡିଶାର ପ୍ରାୟ ୩୫୦ ସ୍କୁଲ ମିଳିଛି । ଏହି ଯୋଜନାରେ ଆଗକୁ ଆହୁରି ଅଧିକ ସ୍କୁଲକୁ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି । ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ । ଜାନୁଆରୀ ୨୧ରୁ ୨୩ ଯାଏଁ NEP କର୍ମଶାଳା ଅନୁଷ୍ଠିତ ହେବ । 

ଟିମ୍ ଇଣ୍ଡିଆକୁ ମିଳିବେ ଆଉ ଜଣେ ନୂଆ କୋଚ୍ ! ଖରାପ ପ୍ରଦର୍ଶନ ପରେ ହୋଇପାରେ ବଡ଼ ଆକ୍ସନ


  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.