ଭୁବନେଶ୍ୱର ୧୬।୦୧ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃ ବିୟୋଗ । ୮୯ ବର୍ଷ ବୟସରେ ଆଖିବୁଜିଲେ ପ୍ରଭାତୀ ପରିଡ଼ାଙ୍କ ମାଆ ଲୋଭାବତୀ ପରିଡ଼ାଙ୍କ ପରଲୋକ । ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ଗାଁରେ ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ହୋଇଛି । ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଲୋଭାବତୀଙ୍କ ତୃତୀୟ ଝିଅ । କିଛି ଦିନ ହେଲା ଲୋଭାବତୀ ପରିଡ଼ାଙ୍କ ଦେହ ଅସୁସ୍ଥ ଥିଲା । ତାଙ୍କୁ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ମେଡିକାଲରେ ଲୋଭାବତୀଙ୍କ ପରଲୋକ ହୋଇଛି । ୮୯ ବର୍ଷ ବୟସରେ ଆଖିବୁଜିଛନ୍ତି ଲୋଭାବତୀ । ତେବେ ମୃତ୍ୟୁର ଖବର ପାଇ ଉପମୁଖ୍ୟମନ୍ତ୍ରୀ ପରିଡା ଗାଁ ନିଭରଣ ପହଞ୍ଚିଛନ୍ତି । ମାଆଙ୍କ ଶେଷ ଦର୍ଶନ ଲାଗି ପହଞ୍ଚିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସେପଟେ ମୃତ୍ୟୁର ଖବର ଶୁଣି ପୁରା ପରିବାରରେ ଖେଳିଯାଇଛି ଶୋକର ଛାୟା । ଅନ୍ତିମ ଦର୍ଶନ ପାଇଁ ଗାଁ ଲୋକଙ୍କ ଭିଡ ଲାଗୁଥିବା ବେଳେ ଧୀରେ ଧୀରେ ପରିବାର ସମସ୍ତ ସଦସ୍ୟ ଘରେ ପହଞ୍ଚୁଛନ୍ତି ।