ଆମେରିକାର ଧନୀମାନଙ୍କ ମଧ୍ୟରେ ବିପଜ୍ଜନକ ରୂପ ନେଉଛି କ୍ଷମତା, ବାଇଡେନଙ୍କ ବିଦାୟୀ ଭାଷଣ

Published By : Prameya-News7 Bureau | January 16, 2025 IST

ଓ୍ୱାଶିଂଟନ ୧୬/୦୧: ଆମେରିକାରେ ଆରମ୍ଭ ହେବାକୁ ଯାଉଛି ଟ୍ରମ୍ପ ଯୁଗ । ଜାନୁୟାରୀ ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ତେବେ ଏହା ପୂର୍ବରୁ ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ । ଶେଷ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି । 

ଓଭାଲ ଅଫିସରୁ ତାଙ୍କ ବିଦାୟୀ ଭାଷଣରେ ସେ ଦେଶବାସୀଙ୍କୁ କହିଥିଲେ ଏମିତି କିଛି ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେ କହିଛନ୍ତି ଯେ ଆମେରିକୀୟ ସମାଜରେ ଧନୀମାନଙ୍କ ପ୍ରାଧାନ୍ୟ ବଢୁଛି । ଦେଶ ଏବେ ସୁପରରିଚ୍‌ଙ୍କ ଟାର୍ଗେଟରେ । ବାଇଡେନ କହିଥିଲେ ଯେ ମୁଁ ଦେଶକୁ କିଛି ବିପଦ ବିଷୟରେ ଚେତାବନୀ ଦେବାକୁ ଚାହୁଁଛି । ଯାହା ଆଗକୁ ବଡ ବିପଦ ହୋଇପାରେ । 


ଆଜି କ୍ଷମତା କିଛି ମୁଷ୍ଟିମେୟ ଲୋକଙ୍କ ହାତରେ କେନ୍ଦ୍ରିତ । ମୁଷ୍ଟିମେୟ ଧନୀ ଲୋକଙ୍କ ହାତରେ କ୍ଷମତାର ରହିବା ବିପଦପୂର୍ଣ୍ଣ । ଦେଶର ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରୁଛି । ଏହା ଲୋକଙ୍କ ମୌଳିକ ଅଧିକାରକୁ ମଧ୍ୟ ବିପଦରେ ପକାଇବ । କାରଣ ଏହା ସମସ୍ତଙ୍କ ପାଇଁ ଆଗକୁ ବଢ଼ିବାର ନ୍ୟାୟସଙ୍ଗତ ସୁଯୋଗକୁ ଛଡ଼ାଇ ନେବ। 

ସେ କହିଥିଲେ ଯେ ଦେଶକୁ ସେମାନଙ୍କ କବଳରୁ ବାହାର କରିବାକୁ ପଡିବ । ଆମେରିକା ହେବାର ଅର୍ଥ ଏହା, ଯେ ସମସ୍ତଙ୍କୁ ଏକ ନ୍ୟାୟପୂର୍ଣ୍ଣ ସୁଯୋଗ ମିଳେ । କିନ୍ତୁ ତୁମେମାନେ ହାରନମାନି କଠିନ ପରିଶ୍ରମ କରିଚାଲ । କାରଣ କେବଳ ତୁମର କଠିନ ପରିଶ୍ରମ ଏବଂ ତୁମର ପ୍ରତିଭା ତୁମକୁ ଆଗକୁ ନେଇପାରିବ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.