ନୂଆଦିଲ୍ଲୀ ୧୫।୧: ପାକିସ୍ତାନ ନିମନ୍ତେ ବିଶ୍ୱବ୍ୟାଙ୍କ ନିଜ ଟ୍ରେଜରୀ ଖୋଲିବେ। ବିଶ୍ୱବ୍ୟାଙ୍କ ପାକିସ୍ତାନକୁ ୨୦ ବିଲିୟନ ଆମେରିକୀୟ ଡଲାରର ସାଂକେତିକ ଋଣ ମଞ୍ଜୁରୀ ନିମନ୍ତେ ଏବେ ପ୍ରକ୍ରିୟାରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଏ ନେଇ ଆସୁଥିବା ସୂଚନାରେ ଏହା ଏକ ଅଗ୍ରଣୀ ୧୦ ବର୍ଷିଆ ଯୋଜନା, ଯାହା ବିଶ୍ୱବ୍ୟାଙ୍କ ପାଣ୍ଠିରେ ଚାଲୁଥିବା ପ୍ରକଳ୍ପଙ୍କୁ ରାଜନୈତିକ ପରିବର୍ତ୍ତନରୁ ରକ୍ଷା କରିବ ତଥା ୬ଟି ଟାର୍ଗେଟ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କୁହାଯାଉଛି।
ପାକିସ୍ତାନ ମଧ୍ୟ ବିଶ୍ୱବ୍ୟାଙ୍କର ଏହି ୧୦ ବର୍ଷିଆ ଯୋଜନାରେ ସହମତି ଜଣାଇଛି। ଏଥିରେ ନଗଦ ଅଭାବର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଅର୍ଥବ୍ୟବସ୍ଥାକୁ ୨୦ ବିଲିୟନ ଡଲାର ଋଣ ମିଳିବ। ଦକ୍ଷିଣ ଏସିୟ ଦେଶ ପାକିସ୍ତାନ ଗତ କିଛିବର୍ଷ ହେଲା ଆର୍ଥିକ ସଂକଟ ଦେଇ ଗତି କରୁଛି. ବର୍ତ୍ତମାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ଙ୍କ ୭ ବିଲିୟନ ଡଲାରର ବେଲଆଉଟ୍ ପ୍ୟାକେଜ୍ ରେ ଚାଲୁଛି। ରାଜନୈତିକ ଅସ୍ଥିରତା ଓ ୨୦୨୨ର ବିନାଶକାରୀ ବନ୍ୟା ଯାହା ପାକିସ୍ତାନର ଏକ ତୃତୀୟାଂଶକୁ ଜଳମଗ୍ନ କରିଦେଇଥିଲା ସଂଘର୍ଷରତ ଅର୍ଥ ବ୍ୟବସ୍ଥାକୁ ଆହୁରି ଜଟିଳ କରିଦେଇଥିଲା।
ଏବେ ଆଶା କରାଯାଉଛି ବିଶ୍ୱବ୍ୟାଙ୍କ ଦ୍ୱାରା ଘୋଷିତ ନୂଆ ‘କଣ୍ଟ୍ରି ପାର୍ଟନରସିପ୍ ଫ୍ରେମ ୱାର୍କ’(ସିପିଏଫ) ଦ୍ୱାରା ପାକିସ୍ତାନ ରାତାରାତ ଘରୋଇ କ୍ଷେତ୍ରରେ ନିବେଶ ସହିତ ୨୦୨୬ରୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିବ। ବିଶ୍ୱବ୍ୟାଙ୍କର ଅନ୍ତର୍ଜାତୀୟ ଅର୍ଥ ନିଗମଙ୍କ କଣ୍ଟ୍ରି ମ୍ୟାନେଜର ଜୀଶାନ ଶେଖ୍ ଏକ ବୟାନରେ କହିଛନ୍ତି ଯେ ‘ଆମେ ନିବେଶ ଓ ପରାମର୍ଶ ହସ୍ତକ୍ଷେପକୁ ପ୍ରାଥମିକତା ଦେବା ପାଇଁ ଧ୍ୟାନ କେନ୍ଦ୍ରିତ କରିବୁ, ଯାହା ପାକିସ୍ତାନର ସତତ ବିକାଶ ଓ ରୋଜଗାର ସୃଜନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଜରୁରି ଘରୋଇ ନିବେଶକୁ ଆକର୍ଷିତ କରିବାରେ ସହାୟତା କରିବ’।
We welcome the World Bank’s pledge of $20 billion under its 1️⃣st-ever 10-year Country Partnership Framework (CPF) for Pakistan.
— Shehbaz Sharif (@CMShehbaz) January 15, 2025
While focusing on six key areas, including child nutrition, quality education, clean energy, climate resilience, inclusive development, and private…
ସେ କହିଛନ୍ତି ଯେ ଫୋକସର ବିଶେଷ କ୍ଷେତ୍ରରେ ଶକ୍ତି, ଜଳ, କୃଷି ଓ ଆର୍ଥିକ ପହଞ୍ଚ ସମେତ ମେନୁଫେକ୍ଚରିଂ ଓ ଡିଜିଟାଲ ଭିତ୍ତିଭୂମି ଢାଞ୍ଚା ମଧ୍ୟ ସାମିଲ ରହିବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଅନନ୍ୟ ଯୋଜନା। ସିପିଏଫ ପାକିସ୍ତାନର ଆର୍ଥିକ ନମନିୟତା ଓ କ୍ଷମତା ବିଶ୍ୱବ୍ୟାଙ୍କର ବିଶ୍ୱାସକୁ ଦର୍ଶାଉଛି। ଆମେ ଆମର ଭାଗିଦାରୀକୁ ମଜଭୁତ କରିବା ପାଇଁ ତତ୍ପର କାରଣ ଆମେ ଆମ ଲୋକଙ୍କ ନିମନ୍ତେ ସ୍ଥାୟୀ ଅବସର ସୃଷ୍ଟି କରିବା ପାଇଁ ଆମ ଉଦ୍ୟମକୁ ରେଖାଙ୍କିତ କରିଛୁ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ରାଜନୈତିକ ସଂକଟ ମଧ୍ୟ ରହିଛି। ତାଙ୍କ ସମର୍ଥକମାନେ ଦେଶରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି,ଯେଉଁଥିରେ ପ୍ରାୟ ହିଂସା ମଧ୍ୟ ହେଉଛି। ଦେଶର ଆର୍ଥିକ ଓ ରାଜନୈତିକ ପରିସ୍ଥିତି ବିଦେଶୀ ନିବେଶକୁ ଆକର୍ଷିତ କରିବାରେ ବାଧକ ହେଉଛି।