ନୂଆଦିଲ୍ଲୀ ୧୬/୦୧: ସାରା ଦେଶରେ କାୟା ମେଲାଇବାରେ ଲାଗିଛି HMPV । ଖାସ କରି ଗୁଜୁରାଟ ଅହମ୍ମଦାବାଦରେ ବଢିବାରେ ଲାଗିଛି ସଂଖ୍ୟା । ଗୁଜରାଟର ଅହମଦାବାଦରେ ପୁଣି ଗୋଟିଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏକ ୪ ବର୍ଷର ଶିଶୁଠାରେ HMPV ସଂକ୍ରମଣ ନିଶ୍ଚିତ ହୋଇଛି ।
ଗତ ୧୦ ଦିନ ମଧ୍ୟରେ ଏହା ଅହମ୍ମଦାବାଦରେ HMPVର ପଞ୍ଚମ ମାମଲା । ଯେତେବେଳେ ଗୁଜରାଟରେ ଏପର୍ଯ୍ୟନ୍ତ ମୋଟ ୬ ଟି ମାମଲା ରିପୋର୍ଟ ହୋଇଛି। ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କହିଛନ୍ତି ଯେ ଏକ ୪ ବର୍ଷର ଶିଶୁରେ HMPV ସଂକ୍ରମଣ ନିଶ୍ଚିତ ହୋଇଛି ।
ଶିଶୁଟି ଅହମ୍ମଦାବାଦର କୃଷ୍ଣନଗର ଅଞ୍ଚଳର ବାସିନ୍ଦା ଏବଂ ଜାନୁଆରୀ ୧୩ ତାରିଖରେ କାଶ, ଥଣ୍ଡା ଏବଂ ଜ୍ୱର ଅଭିଯୋଗ ପାଇଁ ତାଙ୍କୁ ଜାଇଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ଦିନ ହସ୍ପିଟାଲରେ କରାଯାଇଥିବା ପରୀକ୍ଷାରେ ପିଲାଟି HMPV ସଂକ୍ରମଣରେ ପୀଡିତ ବୋଲି ଚିହ୍ନଟ ହୋଇଥିଲା। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୬ ଟି HMPV ମାମଲା ରିପୋର୍ଟ ହୋଇଛି । ଯେଉଁଥିରେ ଅହମ୍ମଦାବାଦରୁ ୪ଟି, ସାବରକଣ୍ଠା ଜିଲ୍ଲାରୁ ଗୋଟିଏ ଏବଂ କଚ୍ଛ ଜିଲ୍ଲାରୁ ଗୋଟିଏ ମାମଲା ରହିଛି ।
ଅହମ୍ମଦାବାଦରେ HMPVର ପ୍ରଥମ ମାମଲା ଜାନୁଆରୀ ୬ ତାରିଖରେ ରିପୋର୍ଟ ହୋଇଥିଲା । ଚୀନରେ ଏହି ରୋଗ ବ୍ୟାପିବା ପରେ ଆଲୋଚନାକୁ ଆସିଥିଲା । କହିରଖୁଛୁ ଯେ ଭାରତରେ HMPV ଭାଇରସ ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଚୀନ୍ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ର କବଳରେ ଏବେ ଅନେକ ପଡ଼ୋଶୀ ଦେଶ ମଧ୍ୟ ଆସିଯାଇଛନ୍ତି।