ଭାରତକୁ ବ୍ୟାପିଲା HMPV ଭାଇରସ, କର୍ଣ୍ଣାଟକକୁ ଫେରିଲା ମାସ୍କ

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ ୦୭/୦୧: ଭାରତରେ ଚୀନ ଭାଇରସ୍ ବ୍ୟାପିବାରେ ଲାଗିଛି । ଚାଇନାରେ HMPV ଭୂତାଣୁ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । କେବଳ ଭାରତ ନୁହେଁ ଏହା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ଦେଶରେ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛି । ଖାସ୍ କରି ପିଲାମାନଙ୍କଠାରେ ଏହି ସଂକ୍ରମଣ ଚିହ୍ନଟ ହୋଇଛି। 
ଅହମ୍ମଦାବାଦରେ ଜଣେ ଶିଶୁ, ବେଙ୍ଗାଲୁରୁରେ ୨, ଚେନ୍ନାଇରେ ୨ ଏବଂ କୋଲକାତାର ଜଣେ ଶିଶୁ  HMPVରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ ପୁଣି ଆଗକୁ ଲକଡାଉନ୍ ଲାଗୁ ହେବ କି ବୋଲି ବଢ଼ିଛି ଆଶଙ୍କା । ସୋସିଆଲ ମିଡିଆରେ ହାଶଟ୍ୟାଗ୍ ଲକଡାଉନ୍ ଟ୍ରେଣ୍ଡ୍ କରୁଛି । 

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ବିବୃତ୍ତି ରହିଛି। ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରଣାଳୟ କହିଛି। ବଡ଼ କଥା ହେଉଛି ଯେ, କୌଣସି ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ । ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢ଼ିଛି। କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି। 

କର୍ଣ୍ଣାଟକ ସରକାର ଲୋକଙ୍କ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଥିବା ବେଳେ, ଗହଳି ସ୍ଥାନକୁ ନଯିବା ପାଇଁ ମହାରାଷ୍ଟ୍ରରେ କଟକଣା ଲାଗିଛି। ସେପଟେ HMPVକୁ ନେଇ ଭୟଭୀତ ନ ହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପରାମର୍ଶ ଦେଇଛନ୍ତି। HMPV ନୂଆ ଭୂତାଣୁ ନୁହେଁ, ୨୦୦୧ରେ ପ୍ରଥମେ ଚିହ୍ନଟ ହୋଇଥିଲା। ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ICMR, NCDC ତୀକ୍ଷ୍ଣ ନଜର ରଖିଛି ବୋଲି କହିଛନ୍ତି ଜେପି ନଡ୍ଡା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.