ଭାରତ ଓ ମରିସସ୍ ମଧ୍ୟରେ ୮ ଚୁକ୍ତିନାମା; ବ୍ୟବସାୟ, ସାମୁଦ୍ରିକ ସୁରକ୍ଷାରେ ସହଯୋଗ ବଢାଇବା ଉଦ୍ଦେଶ୍ୟ

Published By : Prameya-News7 Bureau | March 12, 2025 IST

ନୂଆଦିଲ୍ଲୀ: ଭାରତ ଓ ମରିସସ୍ ନିଜ ସମ୍ପର୍କକୁ ଉନ୍ନତ ରଣନୈତିକ ସହଯୋଗୀର ମାନ୍ୟତା ଦେଇ ୮ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣାର ଉଦ୍ଦେଶ୍ୟ ବ୍ୟବସାୟ, ସାମୁଦ୍ରିକ ସୁରକ୍ଷା ଓ ଅନ୍ୟ କ୍ଷେତ୍ରରେ ସହଯୋଗ ବଢାଇବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍‌ର ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତୀୟ ନୌସେନାର ଏକ ଯୁଦ୍ଧ ପୋତ ଓ ବାୟୁସେନାର ଆକାଶ ଗଙ୍ଗା ସ୍କାଇଡାଇଭିଂ ଟିମ୍ ମଧ୍ୟ ଅଶଂଗ୍ରହଣ କରିଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ବୈଶ୍ୱିକ ଦକ୍ଷିଣର ବିକାଶ ପାଇଁ ମହାସାଗର (ମ୍ୟୁଚୁଆଲ୍ ଆଣ୍ଡ ହଲିଷ୍ଟିକ୍ ଆଡଭାନ୍ସମେଣ୍ଟ ଫର୍ ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍ ଆକ୍ରସ୍ ରିଜନ୍ସ) ନାଁରେ ନୂଆ ନୀତି ଘୋଷଣା କରିଛନ୍ତି । ଏହି ନୀତି ୨୦୧୫ରେ ଆରମ୍ଭ କରାଯାଇଥିବା ସାଗର (ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍ ଫର୍ ଅଲ୍ ଇନ୍ ଦ ରିଜନ୍) ନୀତିର ବିସ୍ତାର ଅଟେ । ସେ କହିଛନ୍ତି ଯେ ଭାରତ ଓ ମରିସସ୍ ଉଭୟଙ୍କ ପାଇଁ ଭାରତ ମହାସାଗରକୁ ମୁକ୍ତ, ସୁରକ୍ଷିତ ଓ ସ୍ଥିର ରଖିବା ପ୍ରାଥମିକତା ରହିଛି । ଭାରତ ମରିସସ୍‌ର ବିଶେଷ ଆର୍ଥିକ କ୍ଷେତ୍ରର ସୁରକ୍ଷାରେ ସମ୍ପୂର୍ଣ୍ଣ ସହଯୋଗ କରିବ ।

ଭାରତ ଓ ମରିସସ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଓ ଘୋଷଣା

  1. ବାଣିଜ୍ୟ ପାଇଁ ରାଷ୍ଟ୍ରୀୟ ମୁଦ୍ରାର ବ୍ୟବହାର - ଉଭୟ ଦେଶ ବାଣିଜ୍ୟ ପାଇଁ ନିଜ ନିଜ ମୁଦ୍ରା (ଭାରତୀୟ ଟଙ୍କା ଏବଂ ମରିସସ୍ ଟଙ୍କା) ବ୍ୟବହାର କରିବେ ।
  2. ସାମୁଦ୍ରିକ ତଥ୍ୟ ଆଦାନପ୍ରଦାନ - ସାମୁଦ୍ରିକ ସୁରକ୍ଷା ଏବଂ ପର୍ଯ୍ୟବେକ୍ଷଣ ପାଇଁ ମିଳିତ ପ୍ରୟାସ କରାଯିବ ।  
  3. ମନି ଲଣ୍ଡ୍ରିଂ ରୋକିବା ପାଇଁ ପାରସ୍ପାରିକ ସହଯୋଗ ।
  4. ଏମଏସଏମଇ କ୍ଷେତ୍ରରେ ସହଯୋଗ - କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହିତ କରାଯିବ ।
  5. ତଟରକ୍ଷୀ ବାହିନୀକୁ ସୁଦୃଢ଼ କରିବା - ଭାରତ ମରିସସକୁ ତା'ର ତଟରକ୍ଷୀ ବାହିନୀର ଆବଶ୍ୟକତା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବ ।
  6. ପୋଲିସ ଏକାଡେମୀ ଏବଂ ସାମୁଦ୍ରିକ ସୂଚନା କେନ୍ଦ୍ର ପ୍ରତିଷ୍ଠା ।  
  7. ଚାଗୋସ୍ ଦ୍ୱୀପପୁଞ୍ଜ ପ୍ରସଙ୍ଗରେ ସମର୍ଥନ – ମରିସସର ସାର୍ବଭୌମତ୍ୱ ପ୍ରତି ସମ୍ମାନ କଥା ଦୋହରାଇଲା ଭାରତ ।
  8. ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି (DPI) ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ସହଯୋଗ ଉପରେ ସହମତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.