ବଡ ପିଲାଙ୍କୁ ଆଟାକ୍ କଲା HMPV, ନାଗପୁରରେ ୨ ମାମଲା ଚିହ୍ନଟ

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ ୦୭/୦୧: ଦେଶରେ HMPV ମାନବ ମେଟାନ୍ୟୁପୋଭାଇରସ୍ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ନାଗପୁରରେ ଏହି ଭୂତାଣୁ ସଂକ୍ରମଣର ଦୁଇଟି ନୂତନ କେସ୍ ରିପୋର୍ଟ ହୋଇଛି । HMPV ଭାରତରେ ପହଞ୍ଚିଛି ଏବଂ ଏହାର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମହାରାଷ୍ଟ୍ରର ନାଗପୁରରେ HMPV ଭୂତାଣୁ ଥିବା ଦୁଇ ରୋଗୀ ଚିହ୍ନଟ ହୋଇଛନ୍ତି ।  

ଏହାପୂର୍ବରୁ କର୍ଣ୍ଣାଟକରେ ୨, ଗୁଜୁରାଟରେ ୧, ପଶ୍ଚିମବଙ୍ଗରେ ୧ ଏବଂ ତାମିଲନାଡୁରେ ଦୁଇଟି ମାମଲା ରୁଜୁ ହୋଇଥିଲା । ନାଗପୁରର ଜଣେ ୧୩ ବର୍ଷର ବାଳିକା ଏବଂ ୭ ବର୍ଷର ବାଳକ ଠାରେ ଭୂତାଣୁ ଲକ୍ଷଣ ଦେଖିବାକୁ ମିଳିଛି । କ୍ରମାଗତ ଥଣ୍ଡା, କାଶ ଏବଂ ଜ୍ୱର ହେବାରୁ ପରିବାର ଲୋକେ ଏକ ଘରୋଇ ଲ୍ୟାବରେ ପରୀକ୍ଷା କରିଥିଲେ । ରିପୋର୍ଟ ପଜେଟିଭ୍ ଆସିବା ପରେ ପରିବାର ସଦସ୍ୟ ଭୟଭୀତ ବି ହୋଇପଡିଥିଲେ । ତେବେ ଉଭୟ ଶିଶୁଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିନି, ଘରେ ଚିକିତ୍ସା ହେତୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟନ୍ତ୍ରଣରେ ରହିଛି । 

ଆଲର୍ଟ ମୋଡରେ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍:

ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ମଧ୍ୟ ଏହି ନୂଆ ଭୂତାଣୁ ବିଷୟରେ ଜାଣିବା ପରେ ସତର୍କତା ଅବଲମ୍ୱନ କରିଛି । ଜେଜେ ଏବଂ ସେଣ୍ଟ ଜର୍ଜ ଡାକ୍ତରଖାନାଗୁଡ଼ିକୁ ମୁଖ୍ୟ ଡାକ୍ତରଖାନା କରାଯାଇଛି । ଯେଉଁଠାରେ ଏହି ଭୂତାଣୁ ସନ୍ଦେହରେ ରୋଗୀଙ୍କୁ ଚିକିତ୍ସା କରାଯିବ, ଏହା ବ୍ୟତୀତ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ ମଧ୍ୟ ଭୂତାଣୁ ପାଇଁ ପୁଣେ ନାଇଡୁ ହସ୍ପିଟାଲରେ ୫ ଶଯ୍ୟା ଖାଲି କରାଯାଇଛି । ଏହି ଭୂତାଣୁର ଲକ୍ଷଣ ଥିବା ରୋଗୀଙ୍କୁ ଏହି ବେଡରେ ରଖାଯିବ  । ଯଦି ରୋଗୀଙ୍କ ସଂଖ୍ୟା ଆହୁରି ବଢେ ତେବେ ୫ଟି ଶଯ୍ୟା ୫୦ ଶଯ୍ୟାରେ ପରିଣତ ହେବ ଏବଂ ଏକ ପୃଥକ ୱାର୍ଡ କରାଯିବ ବୋଲି କୁହାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.