ମୁମ୍ଵାଇ ୧୬।୦୧; ବଲିଉଡ୍ର ନବାବ୍ ତଥା ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ। ଛୁରାମାଡରେ ସେ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ୱିତ ରାତିରେ ତାଙ୍କୁ ଏପରି ଆକ୍ରମଣ କରାଯାଇଛି ।
ସୂଚନାଥାଉକି, ବାନ୍ଦ୍ରା ୱେଷ୍ଟରେ ଥିବା ଘରେ ସୈଫ ଅଲ୍ଲୀ ଖାନଙ୍କ ଘରେ ବିଳମ୍ୱିତ ରାତିରେ ଚୋରୀ କରିବା ଉଦ୍ଦେଶ୍ୟରେ ଜଣେ ଚୋର ପଶିଥିଲା । ତେବେ ଏହି ସମୟରେ ଚୋରଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସୈଫ୍ । ଠିକ୍ ସେହି ସମୟରେ ସୈଫଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ମାରିଥିଲା ଦୁର୍ବୃତ୍ତ । ଆଉ ସୈଫ୍ ଙ୍କୁ ଲାଗିଥିଲା ଆଘତ । ପରେ ଖବର ଜାଣିବା ପରେ ସୈଫ୍ଙ୍କୁ ଲୀଲାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
ସୂତ୍ରରୁ ଜଣାପଡିଛି ଯେ ସେ ସାମନ୍ୟ ଭାବେ ଆହତ ହୋଇଛନ୍ତି । ଯେତେବେଳେ ଏହି ଘଟଣା ଘଟିଥିଲା, ସେହି ସମୟରେ ଅଭିନେତାଙ୍କ ପତ୍ନୀ କରୀନା ଏବଂ ପରିବାରର ଅନ୍ୟ ସଦସ୍ୟ ଘରେ ଥିଲେ କି ନାହିଁ ସେ ସଂପର୍କରେ ଜଣାପଡିନି। ପୋଲିସର କହିବା ଅନୁଯାୟୀ, ଚୋର ଘରେ ପଶି ସୈଫ ଅଲ୍ଲୀ ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିଲା।
ମୁମ୍ଵାଇ ପୋଲିସ୍ ଏବେ ମାମଲାର ଯାଞ୍ଚ କରୁଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । କରୀନା ଓ ତାଙ୍କ ଦୁଇ ପିଲା ସୁରକ୍ଷିତ ଅଛନ୍ତି। ପରିବାର ପକ୍ଷରୁ ଏ ବିଷୟରେ କୌଣସି ବୟାନ ଆସିନାହିଁ ।