ଭୁବନେଶ୍ୱର ୧୬।୦୧ : ଗୁରୁବାର ହଂସିତା-ଅନିଲଙ୍କ ଜାମିନ ଆବେଦନର ଶୁଣାଣି । ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁରୁବାର ଜାମିନ ଆବେଦନର ଶୁଣାଣି କରିବେ ଏଡିଜେ-୨ କୋର୍ଟ । ଅନ୍ୟପଟେ ଝାରପଡ଼ା ଜେଲ୍ରେ ଉଭୟଙ୍କୁ ଜେରା କରିବାକୁ ଆୟକର ବିଭାଗ ତରଫରୁ ଆବେଦନ କରାଯାଇଛି। ଏଡିଜେ-୨ କୋର୍ଟ ଉଭୟ ଆବେଦନର ଶୁଣାଣି କରିବେ ।
ଖବର ଅନୁଯାୟୀ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍ ପୋଲିସ ହାତରେ ବନ୍ଧା ହୋଇଥିଲେ ହଂସିତା ଏବଂ ତାଙ୍କ ସହଯୋଗୀ । ତେବେ ହଂସିତା ଗିରଫ ପରେ ଅନେକ ଗୁମର ଖୋଲିଥିଲା । ଏପିରିକି ଲଗାତର ୪ ଦିନ ଧରି ଆୟକର ବିଭାଗ ଏବଂ ପୋଲିସ ହଂସିତା ଏବଂ ଅନିଲଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲେ । ଏହି ଚଢାଉରେ ପୋଲିସ ଏବଂ ଆୟକର ବିଭାଗ ଟିମ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।
ସେପଟେ କମିଶନରେଟ୍ ପୋଲିସ ହାତରେ ଗିରଫ ହୋଇଥିବା ହଂସିତା ଓ ଅନୀଲଙ୍କ କଳା ସାମ୍ରାଜ୍ୟର ତଦନ୍ତ ଭାର ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ବୋଲି ସୂଚନା ମିଳିଛି । ଉଭୟଙ୍କ ସମ୍ପତ୍ତି ପରିମାଣ ଦେଖି ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ ଇଡି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ଅନୀଲ ଓ ହଂସିତାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର କମିଶନରେଟ ପୋଲିସ ଓ ଆୟକର ବିଭାଗ ଠାରୁ ସଂଗ୍ରହ କରିଛି ଇଡି।
ଟିମ୍ ଇଣ୍ଡିଆକୁ ମିଳିବେ ଆଉ ଜଣେ ନୂଆ କୋଚ୍ ! ଖରାପ ପ୍ରଦର୍ଶନ ପରେ ହୋଇପାରେ ବଡ଼ ଆକ୍ସନ